Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ

by ସଞ୍ଜୟ ସ୍ୱାଇଁ
May 28, 2025
in State
ଆଜି ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ
93
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବୁଧବାର ନୂଆ ଢାଞ୍ଚାରେ ବସିବ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନ ୫ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଥର ବୈଠକ ଭିନ୍ନ ଢଙ୍ଗରେ ବସିବ। କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କର ଗୁରୁତ୍ୱ ବଢ଼ିବ। ଅଫିସରମାନଙ୍କ କ୍ଷମତାକୁ ଗୌଣ କରାଯିବ । ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିଲେ ଅନ୍ୟ କୌଣସି ସଚିବ ବୈଠକ ଗୃହରେ ଉପସ୍ଥିତ ରହିବେ ନାହିଁ । ଆବଶ୍ୟକ ପଡ଼ିଲେ ହିଁ ସଚିବଙ୍କୁ କ୍ୟାବିନେଟ କକ୍ଷକୁ ଡକାଯିବ । ବିଭାଗର ପ୍ରସ୍ତାବ, ନିଷ୍ପତ୍ତି ଓ ଏହାର ଉଦ୍ଦେଶ୍ୟ ନେଇ ମନ୍ତ୍ରୀ ରଖିବେ ଉପସ୍ଥାପନ। ଆବଶ୍ୟକସ୍ଥଳରେ ପଚାରିଲେ ହିଁ ସଚିବ ରଖିବେ ଉତ୍ତର। ପୂର୍ବ ସରକାର ସମୟରେ ଶାସନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ତୁଳନାରେ ଅଫିସରଙ୍କ ଗୁରୁତ୍ୱ ଅଧିକ ଥିଲା। ମାତ୍ର ରାଜ୍ୟରେ ସରକାର ବଦଳିବା ପରେ ଢାଞ୍ଚା ବଦଳୁଛି । ମୋହନ ସରକାରରେ ଅଫିସରଙ୍କ ତୁଳନାରେ ନିର୍ବାଚିତ ଜନପ୍ରତିନିଧି ଭାବେ ମନ୍ତ୍ରୀ ଓ ବିଧାୟକଙ୍କ ଗୁରୁତ୍ୱ ବଢ଼ିଛି । ଦିନ କେଇଟା ପରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ହେବ । ତେଣୁ କ୍ୟାବିନେଟରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର ।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!