Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ଅନ୍ତର୍ଜାତୀୟ ଆଳୁ ଦିବସ

by ସଞ୍ଜୟ ସ୍ୱାଇଁ
May 30, 2025
in State
ଆଜି ଅନ୍ତର୍ଜାତୀୟ ଆଳୁ ଦିବସ
13
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ମାଗି ଆଣିଥିବା ତିଅଣ ସୁଡୁକାଏ। ଆଳୁ ଉତ୍ପାଦନରେ ଓଡ଼ିଶାର ସ୍ଥିତି ଠିକ୍ ଏହିଭଳି। ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଏବେ ଅନ୍ୟ ରାଜ୍ୟରୁ ବର୍ଷକୁ ୧୬ଶହ କୋଟି ଟଙ୍କାରୁ ଊର୍ଧ୍ବ ଆଳୁ ଆମଦାନୀ କରୁଛି। ଓଡ଼ିଶା ମୁଖ୍ୟତଃ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ। ଏହାର ପରିଣାମ ସ୍ବରୂପ, ଗତବର୍ଷ ଦୁଇ ଥର ଆଳୁ ସଙ୍କଟ ଦେଖାଯାଇଥିଲା। ପଶ୍ଚିମବଙ୍ଗ ସରକାରଙ୍କ ମନମୁଖୀ ନିଷ୍ପତ୍ତି ଯୋଗୁଁ ଓଡ଼ିଆଙ୍କ ହାଣ୍ଡିଶାଳରେ ମାଡ଼ ହୋଇଥିଲା। ଏହି ସ୍ଥିତି ପ୍ରତିବର୍ଷ ସୃଷ୍ଟି ହେଉଥିଲେ ବି ଆଳୁ ଉତ୍ପାଦନରେ ଆମେ ଆତ୍ମନିର୍ଭରଶୀଳ ହୋଇପାରୁନୁ। ରାଜ୍ୟରେ ଏବେ ବାର୍ଷିକ ୧୩ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଆଳୁ ଆବଶ୍ୟକ ହେଉଛି। ହେଲେ ରାଜ୍ୟରେ ବାର୍ଷିକ ପ୍ରାୟ ୩ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦିତ ହେଉଛି। ସଂରକ୍ଷଣ ଲାଗି ଶୀତଳଭଣ୍ଡାରର ଅଭାବ ରହିଥିବା ବେଳେ ଉତ୍ପାଦନ ବେଳେ ଚାଷୀଙ୍କଠାରୁ ଆଳୁ କିଣା ପାଇଁ ସରକାରୀ ବ୍ୟବସ୍ଥା ନାହିଁ। ଫଳରେ ରାଜ୍ୟର ଆଳୁ ଚାଷୀମାନେ ପଡ଼ୋଶୀ ରାଜ୍ୟର ବେପାରୀମାନଙ୍କୁ ଆଳୁ କ୍ବିଣ୍ଟାଲ ପିଛା ୪ରୁ ୫ ଶହ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି। ଏହି ବ୍ୟବସାୟୀମାନେ ଓଡ଼ିଶାରୁ ସଂଗୃହୀତ ଆଳୁକୁ ସଂରକ୍ଷିତ ରଖି କିଛି ମାସ ମଧ୍ୟରେ ତାହାକୁ ପୁଣି ଓଡ଼ିଶା ବଜାରରେ କ୍ବିଣ୍ଟାଲ ପିଛା ୧ରୁ ୨ହଜାର ଟଙ୍କା ଦରରେ ବିକୁଛନ୍ତି। ଓଡ଼ିଶାକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ୨୦୧୫-୧୬ ମସିହାରେ ଆଳୁ ମିସନ୍ ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା, ରାଜ୍ୟକୁ ଆଳୁ ଉତ୍ପାଦନରେ ଆତ୍ମନିର୍ଭର କରିବା ସହ ଆଳୁ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଓ ରାଜ୍ୟରେ ଅଧିକରୁ ଅଧିକ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା। ମାତ୍ର କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବ ଓ କୃଷି ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଆଳୁ ମିସନ୍ ସଫଳ ହୋଇପାରିଲା ନାହିଁ। ମିସନ ଆରମ୍ଭ ହେବା ପରେ ରାଜ୍ୟରେ ନା ଆଳୁ ଉତ୍ପାଦନ ବଢ଼ିଲା ନା ଆବଶ୍ୟକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଗଲା। ଆଳୁ ଚାଷରେ ବହୁ ପଛରେ ଓଡ଼ିଶା । କେବେ ଆସିବ ଆତ୍ମନିର୍ଭରଶୀଳତା । ଏନେଇ କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି, ରାଜ୍ୟର ବାର୍ଷିକ ଆବଶ୍ୟକତାର ମାତ୍ର ୨୫% ଆଳୁ ଓଡ଼ିଶାରେ ଉତ୍ପାଦନ ହେଉଥିବା ବେଳେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ବାର୍ଷିକ ୧୦ଲକ୍ଷରୁ ୧୨ଲକ୍ଷ ମେଟ୍ରିକ୍ ଟନ୍ ଆଳୁ କିଣିବାକୁ ପଡୁଛି। ଓଡ଼ିଶାର ବୟାଳିଶ ମଉଜା, କାକଟପୁର, ନିମାପଡ଼ା ଅଞ୍ଚଳ, କୋରାପୁଟ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଆଳୁ ଉତ୍ପାଦନ ଭଲ ହୋଇଥାଏ। ସାଧାରଣତଃ ଆଳୁ ଚାଷ ପାଇଁ ଅଞ୍ଚଳର ତାପମାତ୍ରା କ୍ରମାଗତ ମାସେ ଧରି ୧୦ ଡିଗ୍ରି ସେଲ୍ସିୟସ୍ ରହିବାର ଆବଶ୍ୟକତା ରହିଛି। ଏଣୁ ଓଡ଼ିଶାର ପରିବେଶ ଆଳୁ ଚାଷ ପାଇଁ ଉପଯୁକ୍ତ ହୋଇନଥିବା ବେଳେ ଯୋଜନାବଦ୍ଧ ଭାବେ ଏହି ଚାଷ ପ୍ରତି ଆମକୁ ଆଗେଇବାକୁ ହେବ। ପଶ୍ଚିମବଙ୍ଗରେ ବି ଆଳୁଚାଷ ପାଇଁ ଉତ୍କୃଷ୍ଟ ପରିବେଶ ନଥିବା ବେଳେ ଏହାର ୯ଟି ଦ୍ବୀପାଞ୍ଚଳରେ ଯେଉଁଠାରେ ଶୀତ ଲାଗିରୁହେ, ସେଠାରେ ସେମାନେ ବ୍ୟାପକ ଆଳୁଚାଷ କରିଥା’ନ୍ତି। ଏଥିସହ ପଶ୍ଚିମବଙ୍ଗରେ ଆଳୁ ସଂରକ୍ଷଣ ପାଇଁ ୫୩୪ରୁ ଅଧିକ ଶୀତଳଭଣ୍ଡାର ରହିଛି। କିନ୍ତୁ ଓଡ଼ିଶାରେ ତାହାର ଦଶ ଭାଗରୁ ଭାଗେ ବି ନାହିଁ। ପୁଣି ଏହି ଶୀତଳଭଣ୍ଡାରଗୁଡ଼ିକର ଅଧିକାଂଶ ଚାମ୍ବରରେ ସେଓ ଓ ଗେଣ୍ଡୁ ଫୁଲ ରଖାଯାଉଥିବାରୁ ଆଳୁ ସଂରକ୍ଷିତ ହୋଇପାରୁ ନଥିବା ସେ କହିଛନ୍ତି। ତେବେ ସେ କହିଛନ୍ତି, ଶୀତଳଭଣ୍ଡାର ଦୂରେ ଥାଉ। ପ୍ରଥମେ ଆଳୁ ଉତ୍ପାଦନ ହେବା ଆବଶ୍ୟକ। ଓଡ଼ିଶାରେ କୃଷି ନୀତିକୁ ସମ୍ପୂର୍ଣ୍ଣ ଧ୍ବଂସ କରି ଦିଆଯାଇଛି। ଆଳୁ ଉତ୍ପାଦନ ପାଇଁ କୃଷି ବିଭାଗ ଦାୟିତ୍ବରେ ରହିଥିବା ବେଳେ ଉଦ୍ୟାନ କୃଷି ବିଭାଗ ଏହାର ମାର୍ଗଦର୍ଶନ କରିଥାଏ। ଉତ୍ପାଦର ମାର୍କେଟିଂ ସମବାୟ ବିଭାଗ କରୁଥିବା ବେଳେ ଅଭାବ କ୍ଷେତ୍ରରେ ଯୋଗାଣ ବିଭାଗ କାର୍ଯ୍ୟ କରିଥାଏ। ଏହିଭଳି ଭାବେ ଭିନ୍ନ ଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ଓଡ଼ିଶାର କୃଷି ନୀତି ବିପର୍ଯ୍ୟସ୍ତ ହୋଇଯାଇଛି। ଅନ୍ୟପଟେ ଆଳୁ ସଂରକ୍ଷଣ ପାଇଁ ତେନ୍ତୁଳି କାଠର ପ୍ରଚୁର ଆବଶ୍ୟକତା ରହିଥାଏ। ତେନ୍ତୁଳି କାଠ ଆର୍ଦ୍ରତା ଶୋଷି ନେଉଥିବାରୁ ଏହା ସଂରକ୍ଷଣରେ ସାହାଯ୍ୟ କରେ। ଏହି ତେନ୍ତୁଳି କାଠ ଜଙ୍ଗଲ ଆଇନରେ ଆସୁନଥିଲେ ମଧ୍ୟ ଅଧିକ ପରିମାଣର ଗଚ୍ଛିତ କଲେ ଜଙ୍ଗଲ ବିଭାଗ ପକ୍ଷରୁ ପଚରାଉଚରା କରିଯାଇଥାଏ। ଏଭଳି ହେଲେ ରାଜ୍ୟ ଆଳୁ ଉତ୍ପାଦନରେ ଆତ୍ମନିର୍ଭର ହେବ କିଭଳି?

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026
ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!