କୋଲକାତା, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର ଦଳକୁ ଫେରିଲେ ୨୦୦କର୍ମୀ । ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡି ଅନ୍ୟ ଦଳକୁ ଯାଇ ଯେଉଁ ଭୁଲ କରିଛନ୍ତି ତାର ପଶ୍ଚାତାପ ପାଇଁ ଆଜି ସେହିକର୍ମୀ ଘର ବାହୁଡା ହୋଇଛନ୍ତି । ଖାଲି ଘର ବାହୁଡା ନୁହେଁ ୨୦୦ବିଜେପି କର୍ମୀ ଲଣ୍ଡା ହୋଇ ଦେହରେ ଗଙ୍ଗାଜଳ ଢାଳି ହୋଇ ଦେହକୁ ସୁଦ୍ଧ କରି ଆଜି ବିଧିବଦ୍ଧ ଭାବେ ନିଜ ଦଳ ଟିଏମସିକୁ ଫେରିଛନ୍ତି । ଉକ୍ତ ନେତାମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଶତାଧିକ ବିଜେପି କର୍ମୀ ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ସେମାନେ ଟିଏମସି ଛାଡି ବିଜେପିରେ ମିଶିବା ସବୁଠାରୁ ବଡ଼ ଭୁଲ ଥିଲା । ଦଳକୁ ଫେରିଆସିଥିବା ସମସ୍ତ ନେତା ଓ କର୍ମୀମାନେ ଟିଏମସିକୁ ପ୍ରଶଂସା କରିବା ସହ ଅମରାବାଗ ସାଂସଦ ଅପରୂପା ପୋଦ୍ଦାରଙ୍କ ହାତକୁ ମଜଭୁତ୍ କରିଛନ୍ତି । ପ୍ରାୟ ୨୦୦ଶହ କର୍ମୀ ଓ ନେତା ଲଣ୍ଡା ହୋଇ ଗଙ୍ଗାଜଳ ଛିଞ୍ଚି ହୋଇ ଟିଏମସି ପତାକା ଧରିଥିଲେ ବୋଲି କହିଛନ୍ତି । ଯାହାରକି ଏକ ଫଟୋ ସାମ୍ନାକୁ ଆସିଛି । କେବଳ ହୁଗୁଳି ନୁହେଁ ବୀରଭୂମିର ୧୫୦ ବିଜେପି କର୍ମୀ ଟିଏମସିରେ ଆଜି ମିଶିଛନ୍ତି ।