Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେଲ ନୁହେଁ ଘରେ ବନ୍ଦୀ ହୋଇ ରହିବେ ଗିରଫ ଟିଏମସି ନେତା

by ସଞ୍ଜୟ ସ୍ୱାଇଁ
May 21, 2021
in NATIONAL NEWS, Politics
ଜେଲ ନୁହେଁ ଘରେ ବନ୍ଦୀ ହୋଇ ରହିବେ ଗିରଫ ଟିଏମସି ନେତା
179
VIEWS
Share on FacebookShare on Twitter

କୋଲକତା (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀଙ୍କ ସମେତ ୪ ଟିଏମସି ନେତାଙ୍କୁ ଗୃହବନ୍ଦୀ କରି ରଖିବାକୁ ଆଜି କୋଲକେତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ନାରଦା ଲାଞ୍ଚ କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରିମଣ୍ଡଳରେ ଥିବା ଫିରହଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କ ସହ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା । ସେମାନେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । କୋଲକତା ହାଇକୋର୍ଟ ବେଞ୍ଚର ଜଷ୍ଟିସ ଅରଜିତ ବାନାର୍ଜୀ ସମସ୍ତଙ୍କୁ ଅନ୍ତରୀଣ ଜାମିନ ଦେବାକୁ ରାଜି ହୋଇଥିଲେ । କିନ୍ତୁ ଆକ୍ଟିଂ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଏହା ଉପରେ ରୋକ ଲଗାଇ ସମସ୍ତଙ୍କୁ ଗୃହବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଗୋଟିଏ ବୃହତର ବେଞ୍ଚରେ କରାଯିବ । ସେ ଯାଏ ଗିରଫ ନେତାମାନେ ଗୃହବନ୍ଦୀ ହୋଇ ରହିବେ । ସୋମବାର ସିବିଆଇ ସମସ୍ତଙ୍କୁ ଗିରଫ କରିବା ପରେ କୋଲକତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶତାଧିକ ଟିଏମସି କର୍ମୀ ବିକ୍ଷୋପ ପ୍ରଦର୍ଶନ କରିଥିଲେ । ଏହି କାରଣରୁ ସିବିଆଇ ମାମଲାର ବିଚାର ପ୍ରକ୍ରିୟାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଛନ୍ତି । ସୋମବାର ଗିରଫ ହେବାର କିଛି ଘଣ୍ଟା ପରେ ୪ ନେତାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଥିଲେ । ହେଲେ ସେମାନେ ଜେଲରୁ ମୁକୁଳିବା ପୂର୍ବରୁ ହିଁ କୋଲକତା ହାଇକୋର୍ଟ ଜାମିନ ଉପରେ ରୋକ ଲଗାଇ ଦେଇଥିଲେ । ଫଳରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!