Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଟାଇମ୍ସ ନାଓ’ର ନିର୍ବାଚନୀ ସର୍ଭେ, ଓଡ଼ିଶାରେ ପୁଣି ବିଜେଡି, ବଢ଼ିଛି ନବୀନଙ୍କ ଲୋକପ୍ରିୟତା

by ସଞ୍ଜୟ ସ୍ୱାଇଁ
December 15, 2023
in Politics, State
‘ଟାଇମ୍ସ ନାଓ’ର ନିର୍ବାଚନୀ ସର୍ଭେ, ଓଡ଼ିଶାରେ ପୁଣି ବିଜେଡି, ବଢ଼ିଛି ନବୀନଙ୍କ ଲୋକପ୍ରିୟତା
76
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କ୍ରମାଗତ ୫ମ ପାଳିର ଶାସନ ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢ଼଼ିବଢ଼଼ି ଚାଲିଛି। ବିଶେଷକରି ‘୫-ଟି’ ଉପକ୍ରମରେ ଲୋକମାନଙ୍କର ସମସ୍ୟାର ତ୍ୱରିତ୍‌‌ ସମାଧାନ, ରାଜ୍ୟବ୍ୟାପୀ ରୂପାନ୍ତରଣ କାର୍ଯ୍ୟକ୍ରମ ସର୍ବୋପରି ବ୍ୟାପକ ଜନମଙ୍ଗଳକାରୀ ଯୋଜନା ନବୀନଙ୍କ ପ୍ରତି ଭୋଟରଙ୍କ ଆସ୍ଥାକୁ ବହୁଗୁଣିତ କରିଛି। ଯାହାର ପ୍ରତିଫଳନ ଆଗାମୀ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ଆଲୋଚନା କରୁଥିବାବେଳେ ଦେଶର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ‘ଟାଇମ୍ସ ନାଓ’ ଏହି ଚର୍ଚ୍ଚାରେ ମୋହର ମାରିଛି। ‘ଟାଇମ୍ସ ନାଓ-ଇଟିଜି’ର ସର୍ବେକ୍ଷଣ ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି ରାଜ୍ୟରେ ଗତ ସାଧାରଣ ନିର୍ବାଚନଠାରୁ ଅଧିକ ଭୋଟ ଓ ଅଧିକ ଆସନ ପାଇବ ବୋଲି ପ୍ରକାଶ କରିଛି। ଗତ ଅଗଷ୍ଟ ମାସରେ ‘ଟାଇମ୍ସ ନାଓ’ ପକ୍ଷରୁ ହୋଇଥିବା ସର୍ଭେରେ ରାଜ୍ୟରେ ବିଜେଡିକୁ ୧୪ଟି ଯାଏ ଲୋକସଭା ଆସନ ମିଳିବ ବୋଲି ଆକଳନ କରାଯାଇଥିଲା। ଏହାର ୪ ମାସ ପରେ ପୁନର୍ବାର ସର୍ଭେରେ ‘ଟାଇମ୍ସ ନାଓ’ ବିଜେଡି ପୂର୍ବ ଆକଳନଠାରୁ ଆହୁରି ଅଧିକ ଆସନ ପାଇବ ବୋଲି ଆକଳନ କରିବା ସହ ଏହି ସଂଖ୍ୟା ୧୫ରେ ପହଞ୍ଚିପାରେ ବୋଲି ମତ ଦେଇଛି। ବିଜେଡିର ଲୋକପ୍ରିୟତା ଓ ଆସନ ବୃଦ୍ଧି ସଂକ୍ରାନ୍ତରେ ‘ଟାଇମ୍ସ ନାଓ’ର ଉପରୋକ୍ତ ସର୍ଭେ ସହ ରାଜନୈତିକ ବିଶେଷଜ୍ଞମାନେ ସହମତ ହୋଇଛନ୍ତି। ରାଜ୍ୟରେ ଚାଲିଥିବା ରୂପାନ୍ତରଣ ପର୍ବ ସାଧାରଣ ଲୋକଙ୍କୁ ବେଶ୍‌‌ ଆକର୍ଷିତ କରିପାରିଛି। ବିଶେଷକରି ସ୍କୁଲ ଓ କଲେଜରେ ରୂପାନ୍ତରଣ ସହ ଉତ୍ତମ ଶୈକ୍ଷିକ ବାତାବରଣ, ବିଭିନ୍ନ ଧର୍ମାନୁଷ୍ଠାନର ରୂପରେଖରେ ପରିବର୍ତ୍ତନ, ବ୍ୟାପକ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟନ୍ୱୟନ, ସର୍ବୋପରି ‘୫-ଟି’ ଅଧ୍ୟକ୍ଷଙ୍କ ମାରାଥନ୍‌‌ ଜିଲ୍ଲା ଗସ୍ତ ଏବଂ ବିଭିନ୍ନ ସମସ୍ୟାର ତ୍ୱରିତ୍‌‌ ସମାଧାନ ଲୋକଙ୍କ ମନରେ ନବୀନଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସକୁ ଅଧିକ ଦୃଢ଼ୀଭୂତ କରିଛି। ଅନ୍ୟପକ୍ଷରେ ବିରୋଧୀଙ୍କ ସାଙ୍ଗଠନିକ ଦୁର୍ବଳତା, ଅପ୍ରାସଙ୍ଗିକ ପ୍ରସଙ୍ଗକୁ ନେଇ ରାଜନୈତିକ ଯାତ୍ରା, ପ୍ରସଙ୍ଗହୀନ ମନ୍ତବ୍ୟ ଲୋକଙ୍କଠାରୁ ସେମାନଙ୍କୁ ଦୂରେଇ ନେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେଡିର ୧.୫ କୋଟି ଭୋଟ ଲକ୍ଷ୍ୟ ଆଦୌ ଅସହଜ ନୁହେଁ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ସମସ୍ତ ନିର୍ବାଚନରେ ସାଧାରଣ ଲୋକେ ବିଜେଡି ସହ ରହି ଆସିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିପୁଳ ସଫଳତା ଏବଂ ଲୋକଙ୍କ ଆଶୀର୍ବାଦ ପାଉଛି। ଆଗାମୀ ନିର୍ବାଚନରେ ମଧ୍ୟ ଦଳ ଲୋକଙ୍କ ବିପୁଳ ସମର୍ଥନ ଏବଂ ଆଶୀର୍ବାଦ ପାଇବ। ସେହିପରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଶ୍ରେଷ୍ଠ ବିକଳ୍ପ ଏ ବିଶ୍ୱାସ ରାଜ୍ୟବାସୀଙ୍କର ରହିଛି। ଆମ କାମ ବଳରେ ଏହି ବିଶ୍ୱାସ ଆମେ ଜନ୍ମେଇପାରିଛୁ। ଅତଏବ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ପୁନର୍ବାର ସମାନ ଆସ୍ଥା ଏବଂ ବିଶ୍ୱାସ ପ୍ରକଟ କରିବେ ବୋଲି ସେ କହିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!