Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼: ଟିକ୍‌ଟକ୍ କିପରି ନେଲା ଜୀବନ

by ସଞ୍ଜୟ ସ୍ୱାଇଁ
April 17, 2020
in Lifestyle, Nayagarh, Video
ଟିକ୍‌ଟକ୍ ନେଲା ଜୀବନ
69
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଟିକ୍‌ଟକ୍ ମାୟାରେ ଯୁବପିଢୀ ଏବେ ବାୟା । ଅନେକ ଜୀବନ ଏହି ଟିକ୍‌ଟକ୍ ଦ୍ୱାରା ଯାଇଥିଲେ ମଧ୍ୟ ଯୁବପିଢୀ ସଜାଗ ହେଉନାହାନ୍ତି । ନୟାଗଡ଼ ସହର ନିକଟସ୍ଥ ସରସ୍ୱତୀ ଶିଶୁମନ୍ଦିର ନିକଟରେ ରହୁଥିବା ଆନନ୍ଦଚନ୍ଦ୍ର ସାହୁଙ୍କ ଦଶମ ଶ୍ରେଣୀରେ ପଢୁଥିବା ପୁଅ ପ୍ରେମାନନ୍ଦଙ୍କର କିପରି ଜୀବନ ଗଲା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ଯାହାକୁ ନେଇ ନୟାଗଡ଼ ସହର ପଡୁଛି ଉଠୁଛି । ପ୍ରେମାନନ୍ଦ ନିଜ ଘରୁ ବାହାରିଆସି ଲେଙ୍କୁଡିପଡ଼ା ନିକଟସ୍ଥ ସାଇ ବିହାର ସମ୍ପର୍କିୟ ଲକ୍ଷ୍ମିପ୍ରିୟା ବେହେରାଙ୍କ ଘରକୁ ଆସିଥିଲେ । ନିଜ ମୋବାଇଲ୍ ଚାର୍ଜ ବସାଇ ସମ୍ପର୍କିୟଙ୍କ ମୋବାଇଲରେ ଘରଭିତରୁ କବାଟ ଦେଇ ଏକ ଫ୍ୟାନ୍‌ରେ ନିଜ ବେକରେ ଲୁଗା ବାନ୍ଧି କିପରି ଟିକ୍‌ଟକ୍ କରୁଥିଲେ ଏବଂ ଶେଷରେ ଜୀବନ ଦେବାକୁ ପଡିଲା ଏହା ସମସ୍ତଙ୍କୁ ଚକିତ କରିଛି । ସମ୍ପର୍କିୟ ଜଣକ କବାଟ ବାଡେଇଥିଲେ ମଧ୍ୟ କବାଟ ଖୋଲିନଥିଲେ । ପ୍ରେମରନନ୍ଦଙ୍କ ପରିବାର ଆସି ପହଞ୍ଚିବା ପରେ ବହୁ କଷ୍ଟରେ କବାଟ ଖୋଲିଥିଲେ ଏବଂ ବେକରେ ଲାଗିଥିବା ଲୁଗାକୁ ଖୋଲିଥିଲେ । ସେତେବେଳକୁ ଜୀବନ ଚାଲିଯାଇଥିଲା । ଏହାପରେ ଡାକ୍ତରଖାନାକୁ ପ୍ରେମାନନ୍ଦକୁ ଆଣିଥିଲେ । ନୟାଗଡ଼ ଟାଉନ୍‌ଥାନା ପୋଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆଜି ପ୍ରେମାନନ୍ଦଙ୍କର ଶବ ପୋର୍ଟମର୍ଟମ୍ କରାଯିବା ପରେ ଆଉ କଣ ରହସ୍ୟ ଖୋଲିବ ଜଣାପଡିବ ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!