ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲାରେ ଏକ ବର୍ଷରୁ ୧୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଜାପାନିଜଏନ୍ସେଫାଲାଇଟିସ୍ ଟୀକାଦାନ କାର୍ଯ୍ୟକ୍ରମକୁ ଜିଲାପାଳ ଡ଼.ପୋମା ଟୁଡୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ନୟାଗଡ଼ ନବୋଦୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉଦ୍ଘାଟନ ସମାରୋହରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ଶ୍ୱେତ କୁମାର ମହାପାତ୍ର ଉଦ୍ବୋଧନ ଦେଇ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଶହେ ଶତାଂଶ ସଫଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲାର ୨ଲକ୍ଷ ୪୨ହଜାର ୩ଜଣ ଶିଶୁଙ୍କୁ ଆଜି ଠାରୁ ଡ଼ିସେମ୍ବର ୧୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଏହି ଟୀକା ପ୍ରଦାନ କରାଯିବ ।






