Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତଥ୍ୟ ଦେଲେ ସରକାର: ଟିକା ନେବା ପରେ କେତେ ସଂକ୍ରମିତ

by ସଞ୍ଜୟ ସ୍ୱାଇଁ
April 21, 2021
in State
ତଥ୍ୟ ଦେଲେ ସରକାର: ଟିକା ନେବା ପରେ କେତେ ସଂକ୍ରମିତ
407
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନା ଟିକା ନେବା ପରେ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ କେତେ ଲୋକ ସଂକ୍ରମିତ ହୋଇଛନ୍ତି ଏହାର ତଥ୍ୟ ଭାରତ ସରକାର ପ୍ରଦାନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଟିକା ନେବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ତଥ୍ୟ ଆମ ପାଖରେ ରହିଛି । ହେଲେ ବହୁତ କମ ସଂଖ୍ୟକ ଲୋକ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି । ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, ୧୦ ହଜାର ଲୋକ ଟିକା ନେବା ପରେ ସେମାନଙ୍କ ମଧ୍ୟରୁ କେବଳ ୨ରୁ୪ ଜଣ କରୋନା ଆକ୍ରାନ୍ତ ହେଉଛନ୍ତି । ଏହାର ଅର୍ଥ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ୦.୦୪% ଲୋକ ସଂକ୍ରମିତ ହେବାର ଖବର ମିଳିଛି । କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ନେଇଥିବା ୯୩,୫୬,୪୩୬ ଜଣଙ୍କ ମଧ୍ୟରୁ ମାତ୍ର ୪,୨୦୮ ଜଣ ପରବର୍ତ୍ତୀ ଅବସ୍ଥାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଦ୍ୱିତୀୟ ଡୋଜ ନେଇଥିବା ୧୭,୩୭,୧୭୮ ଜଣଙ୍କ ମଧ୍ୟରୁ କେବଳ ୬୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକା ନେଇଥିବା ଲୋକମାନେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି । କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ୦.୦୨% ଲୋକ ପରବର୍ତ୍ତୀ ଅବସ୍ଥାରେ ସଂକ୍ରମିତ ହୋଇଛନ୍ତି । ୧୦,୦୩,୦୨,୭୪୫ ଜଣ କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭,୧୪୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେବା ପରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୦.୦୩% ରହିଛି । ୧,୫୭,୩୨,୭୫୪ ଜଣ ଲୋକ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୦୧୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ତଥ୍ୟ ବୟାନ କରୁଛି ଯେ କରୋନା ବିରୋଧରେ ଟିକା ସଂପୂର୍ଣ୍ଣ ଫଳପ୍ରଦ ଓ ସୁରକ୍ଷିତ । ତେଣୁ ଅଧିକରୁ ଅଧିକ ଲୋକ ଟିକାର ଡୋଜ୍ ନେବାକୁ ଆଗେଇ ଆସିବା ଦରକାର ବୋଲି ସରକାର ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଟିକାର ପ୍ରଥମ ଡୋଜ୍ କରୋନାର ସୁରକ୍ଷା ଦେଇ ନପାରେ । କିନ୍ତୁ ଏହି ଡୋଜ୍ ଭୟଙ୍କର ସଂକ୍ରମଣ କିମ୍ବା ମୃତ୍ୟୁରୁ ସୁରକ୍ଷା ଦେଇପାରିବା ଦୁଇଟି ଯାକ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ସେମାନେ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!