Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିକାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଲା ବିଭିନ୍ନ ପ୍ରଶ୍ନ

by ସଞ୍ଜୟ ସ୍ୱାଇଁ
May 31, 2021
in Health, NATIONAL NEWS
ଟିକାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଲା ବିଭିନ୍ନ ପ୍ରଶ୍ନ
201
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ଟିକା ପଠାଉଛନ୍ତି। ବାକି ଟିକା ରାଜ୍ୟ ସରକାର ଟିକା କମ୍ପାନୀ କିମ୍ୱା ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣି ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିପାରିବେ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି। ସେହିପରି ଟିକା କମ୍ପାନୀ ପାଖରୁ କେନ୍ଦ୍ର ଓ ରାଜ୍ୟ ଭିନ୍ନ ଭିନ୍ନ ଦରରେ କିଣୁଛନ୍ତି। ଏଭଳି ପାତର ଅନ୍ତରକୁ ନେଇ ଏବେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରକୁ ଗୋଡାଇ ତୋଡାଇ ପ୍ରଶ୍ନ କରିଛନ୍ତି। ସେହିପରି କୋଓ୍ୱିନ ଆପରେ ପଞ୍ଜିକରଣ ଅନିର୍ବାର୍ୟ୍ୟ କରିବାକୁ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟରେ। ଗ୍ରାମାଞ୍ଚଳରେ ରହୁଥିବା ଲୋକ କିମ୍ୱା ପ୍ରବାସୀ ଶ୍ରମିକ କୋଓ୍ୱିନ ଆପ ଜରିଆରେ ଟିକା ବୁକିଂ କରିପାରିବେ ବୋଲି ସରକାର ସୁନିଶ୍ଚିତ କରିପାରିବେ କି ପ୍ରଶ୍ନ କରିଛନ୍ତି। ତେବେ ସରକାର କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଟିକାକରଣ ସମ୍ପୂର୍ଣ୍ଣ ହେବ। ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଡି, ଓ୍ୱାଇ ଚନ୍ଦ୍ରଚୁଡ, ଏଲ ଏନ ରାଓ ଏବଂ ଏସ ରବୀନ୍ଦ୍ର ଭଟ୍ଟ ଶୁଣାଣି କରିବା ବେଳେ କହିଛନ୍ତି, କେନ୍ଦ୍ର ସରକାର ୪୫ରୁ ଅଧିକ ବୟସ୍କଙ୍କ ପାଇଁ ରାଜ୍ୟକୁ ୧୦୦ ପ୍ରତିଶତ ଟିକା ଦେଉଛନ୍ତି। ହେଲେ କୋଭିଡର ଦ୍ୱିତୀୟ ଲହର ବେଳେ ଅଧିକ ସଂକ୍ରମିତ ଓ ମୃତ୍ୟୁ ଘଟିଛି ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ। ସରକାରଙ୍କ ତଥ୍ୟରୁ ଏହା ଜଣାପଡ଼ିଛି। ଏପରି ସ୍ଥିତିରେ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ମାତ୍ର ୫୦ ପ୍ରତିଶତ କେଉଁ ଆଧାରରେ ଟିକା ଦେଉଛନ୍ତି ବୋଲି ତିନି ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଏହାବାଦ ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି ଯେ ବିଦେଶରୁ କୋଭିଡ ଟିକା କିଣିବା ପାଇଁ ଅନେକ ରାଜ୍ୟ ଗ୍ଲୋବାଲ ଟେଣ୍ଡର କରୁଛନ୍ତି, ଏହା ସରକାରଙ୍କ ନୀତି କି? କେନ୍ଦ୍ର ଏହାର ଜବାବରେ କହିଛି ଯେ ସମଗ୍ର ଜନସଂଖ୍ୟାର ଯୋଗ୍ୟ ବ୍ୟକ୍ତିଙ୍କୁ ୨୦୨୧ ଶେଷ ସୁଦ୍ଧା ଟିକା ଦିଆଯିବ। ଫାଇଜର ଭଳି କମ୍ପାନୀ ସହିତ କେନ୍ଦ୍ର ଆଲୋଚନା କରୁଛି। ଯଦି ଏହି ଆଲୋଚନା ସଫଳ ହୁଏ, ତେବେ ବର୍ଷ ଶେଷ ସୁଦ୍ଧା ଟିକାକରଣ ସମାପ୍ତ କରିବାର ସମୟ ସୀମା ମଧ୍ୟ ବଦଳିଯିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!