ବଲାଙ୍ଗିର, (ବାଘୁଆବାର୍ତ୍ତା) ସୋମବାର ଠାରୁ ବଲାଙ୍ଗିର ପୌରାଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକା ଦିଆଯିବ । ଏଥିପାଇଁ ଆଜି ରବିବାର ସନ୍ଧ୍ୟା ୬ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ । ଯେଉଁମାନେ ସ୍ଲଟ ବୁକିଂ କରିଥିବେ ସେମାନେ ଆସନ୍ତାକାଲି ସକାଳ ୮ ଟାରୁ ଦିନ ୨ଟା ମଧ୍ୟରେ ଟିକାଦାନ କେନ୍ଦ୍ରକୁ ଯାଇ ଟିକାନେଇ ପାରିବେ । ଏଥିପାଇଁ ପୌରାଞ୍ଚଳରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, କଦ୍ମପଡା ଶିଶୁ ମନ୍ଦିର, ଜେଆଇଟିଏମ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଠାରେ ଟିକାଦାନ କେନ୍ଦ୍ର କରାଯାଇଥିବା ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । ଆଜି ଜିଲ୍ଲାପାଳ ଶ୍ରୀ ରାଣା ଟିକାଦାନ କେନ୍ଦ୍ର ଗୁଡିକରେ ବୁଲି ପ୍ରସ୍ତୁତିର ତଦାରଖ କରିଥିଲେ । ପ୍ରତିଦିନ ୨ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇଥିବା ବେଳେ ଜିଲ୍ଲାକୁ ଏବେ ୬ ହଜାର ଟିକା ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।






