Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିକାରୁ ଜିଏସଟି ଛାଡ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

by ସଞ୍ଜୟ ସ୍ୱାଇଁ
May 6, 2021
in Health, State
ଟିକାରୁ ଜିଏସଟି ଛାଡ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
98
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାରା ଦେଶରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି । ବର୍ତ୍ତମାନ ସାରା ଦେଶ କରୋନା ସହ ଲଢ଼ୁଥିବା ବେଳେ ଟିକାକରଣ ଜାରି ରହିଛି । ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ଲାଗି କେନ୍ଦ୍ର ମାଗଣା ଟିକା ଯୋଗାଇ ଦେଉଛି । ରାଜ୍ୟ ସରାକାର ୧୮ ରୁ ୪୪ ବର୍ଷ ବୟସ୍କଙ୍କ କୋଭିଡ ଟିକାକରଣ ମାଗଣାରେ କରିବେ ବୋଲି ଘୋଷଣା କରିଛନ୍ତି । ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ରାଜ୍ୟ ସରକାର ନିଜ ପାଣ୍ଠିରୁ ଟିକା କିଣୁଛନ୍ତି । ଟିକା ଉପରେ ଜିଏସଯି ଲାଗିଥିବାରୁ ଭ୍ୟାକ୍ସିନ ଦର ରାଜ୍ୟ ପାଇଁ ଅଧିକ ହେଉଛି । ଟିକା କ୍ରୟ ଉପରେ ସମ୍ପୂର୍ଣ୍ଣ ଭାବେ ଜିଏସଟି ହ୍ରାସ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭ୍ୟାକ୍ସିନ ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ କଲେ ରାଜ୍ୟ ଉପକୃତ ହେବ । ସମସ୍ତଙ୍କୁ ଟିକାକରଣରେ ଏହି ପଦକ୍ଷେପ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲମ୍ବା କୋଭିଡ ଯୁଦ୍ଧ ପାଇଁ ସମସ୍ତଙ୍କ ସହଯୋଗ ଦରକାର । ରାଜ୍ୟ ମାନଙ୍କୁ ସହଯୋଗ କଲେ ଦେଶ ଏକାଠି କରୋନା ବିରୋଧୀ ଯୁଦ୍ଧ ଲଢ଼ି ପାରିବ । ଅର୍ଥଭାବ କେବଳ ଗୋଟିଏ ରାଜ୍ୟକୁ ପ୍ରଭାବିତ କରିବ ନାହିଁ ବରଂ ଦେଶ ଗତିକୁ ଲେଉଟାଣି ମୋଡକୁ ନେଇଯିବ ବୋଳି ନବୀନ ଲେଖିଛନ୍ତି । ଏହା ସହିତ ପେଟ୍ରୋଲ, ଡିଜେଲ, ମଦ ଇତ୍ୟାଦି ଉପରୁ ଆଦାୟ ବିଭିନ୍ନ ସେସ୍ ଏବଂ ସରଚାର୍ଜେସକୁ କେନ୍ଦ୍ର ସରକାର ପାଉଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେହି ଅର୍ଥକୁ ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ସମାନ ଭାବେ ବିତରଣ ପାଇଁ ନବୀନ ଅନୁରୋଧ କରିଛନ୍ତି । ଏହାଦ୍ୱାରା ମହାମାରୀ ବିରୋଧରେ ଟିକାକରଣ ମାଗଣା ଚିକିତ୍ସା ଏବଂ ଅନ୍ୟ ପଦକ୍ଷେପ ନେବା ସମ୍ବବ ହୋଇପାରିବ ବୋଳି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!