ନୟାଗଡ଼ (ବାଘୁଆବାର୍ତ୍ତା): ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଓଡ଼ିଶା ଭଳି ଅଣ ବିଜେପି ଶାସିତ ରାଜ୍ୟ ଟିକା ଠିକ ଭାବେ କେନ୍ଦ୍ର ସରକାର ଯୋଗାଇ ପାରୁ ନଥିବା ଅଭିଯୋଗ କରୁଥିଲେ । ଏହାକୁ କେନ୍ଦ୍ର ସରକାର ଆଗ୍ରାହ୍ୟ କରିବା ସହ ଟିକାକୁ ନେଇ ରାଜନୀତି ବନ୍ଦ କରିବାକୁ କହିଥିଲେ । କିନ୍ତୁ ଏବେ ଖୋଦ୍ ବିଜେପି ଶାସିତ ରାଜ୍ୟରୁ ଟିକା ଯୋଗାଣରେ ବିଭ୍ରାଟ ହୋଇଥିବା ଅଭିଯୋଗ ଆସିଛି । ମଧ୍ୟ ପ୍ରଦେଶ ଟିକାର ଅଭାବ ଦେଖାଯାଇଥିବାରୁ ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ରାପ୍ତ ବୟସ୍କଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ ନାହିଁ ବୋଲି ସରକାର କହିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ୱିଟ କରି କହିଛନ୍ତି, “ମୁଁ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ ନିବେଦନ କରୁଛି । ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ । ମଧ୍ୟପ୍ରଦେଶ ମେ’ ୩ ସୁଦ୍ଧା ଟିକା ପାଇବା ଏହା ଆମ ପାଖରେ ପହଞ୍ଚିବା କ୍ଷଣି, ଆମେ ତୁରନ୍ତ ମାଗଣାରେ ଯୁବପିଢ଼ିଙ୍କ ଟିକାକରଣ ଆରମ୍ଭ କରିବୁ ।






