ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚଳିତ ମାସ ୧୫ ତାରିଖରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଅନୁଷ୍ଠିତ ହେବ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ବିଭିନ୍ନ ପ୍ରକାର ଟୀକା ଦିଆଯିବ । ମହାମାରୀ କୋଭିଡ ସମ୍ଭାବ୍ୟ ତୃତୀୟ ଲହର କୁ ଦୃଷ୍ଟିରେ ରଖି ଶିଶୁ ମାନଙ୍କ ନିମନ୍ତେ ନିୟମିତ ଟୀକାଦାନ କୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ଶିଶୁ ଟୀକାକରଣ ରୁ ବଞ୍ଚିତ ହେବେ ନାହିଁ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଶିଶୁଙ୍କ ପରିବାରକୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ରୋଗୀ କଲ୍ୟାଣ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାଇକରେ ପ୍ରଚାର, ପୋଷ୍ଟର, ଲିଫଲେଟ ଓ ଆଲୋଚନାଚକ୍ର ମାଧ୍ୟମରେ ସଚେତନ କରାଯିବ । ଜିଲ୍ଲାର ୦-୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁ ଟିକାକରଣ ର ବିଭିନ୍ନ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜିଲ୍ଲା ସ୍ନାୟୁ ବିଭାଗ ପକ୍ଷରୁ କୁହାଯାଇଛି ।






