ନୟାଗଡ (ବାଘୁଆବାର୍ତା); ନୟାଗଡ ସହର ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ରହୁଥିବା ଆନନ୍ଦ ଚନ୍ଦ୍ର ସାହୁ ଙ୍କ ପୁତ୍ର ପ୍ରେମାନଂଦ ସାହୁଙ୍କର ବୟସ (୧୬) ମୃତ କୁ ନେଇ ସହରରେ ଚର୍ଚ୍ଚା ଯୋର ଧରିଛି । ଗତ ଦୁଇ ଦିନ ଧରି ପ୍ରେମାନଂଦ ନିଜ ଘରୁ ବାହାରି ଆସି ଲେଙ୍କୁଡିପଡା ନିକଟସ୍ଥ ପଣ୍ଡା କ୍ଲିନିକ ପାଖରେ ଥିବା ଅରବିଂଦ ନଗର ଜଣେ ସମ୍ପର୍କୀୟ ଙ୍କ ଘରକୁ ଆସିଥିଲେ । ଆଜି ସମ୍ପର୍କୀୟଙ୍କ ଘରେ ରହିବା ସମୟରେ ହଠାତ୍ ଘର ଭିତରୁ କବାଟ ଦେଇଦେଇଥିଲେ । ସମ୍ପର୍କୀୟ ଲୋକ କବାଟ ବାଡେଇଥିଲେ ମଂଧ୍ୟ କବାଟ ଖୋଲି ନଥିଲେ । ସମ୍ପର୍କୀୟ ଜଣଙ୍କ ପ୍ରେମାନଂଦଙ୍କ ପରିବାରକୁ ଫୋନ୍ କରିଥିଲେ । ପ୍ରେମାନଂଦଙ୍କ ବଡ ଭାଇ ସେଠାକୁ ଆସି କବାଟ ଖୋଲିଥିଲେ । ହଠାତ୍ ଦେଖିଲା ବେଳକୁ ଏକ ଲୁଗା ସାହାଯ୍ୟରେ ଟାଙ୍ଗି ହୋଇ ରହିଥିବା ଜଣା ପଡିଥିଲା । ପ୍ରେମାନଂଦଙ୍କ ପରିବାର କହିବା କଥା ସେ ସଦା ସର୍ବଦା ଟିକ୍ଟକ୍ କରୁଥିଲା । ତାଙ୍କୁ ଆଜି ରାତିରେ ନୟାଗଡ ମୂଖ୍ୟ ଚକିତ୍ସାଳୟ କୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ନୟାଗଡ ଟାଉନ୍ ଥାନା ସବ୍ଇନ୍ସପେକ୍ଟର ଧମେନ୍ଦ୍ର ଶିଆଳ ଘଟଣାର ତଦନ୍ତ କରୁଛନ୍ତି । ଟିକ୍ଟକ୍ ନା ଆଉ କିଛି ରହସ୍ୟ ରହିଛି ତଦନ୍ତ କଲେ ଜଣାପଡିବ ।






