ଆଠଗଡ଼, (ବାଘୁଆବାର୍ତ୍ତା): ଆଠଗଡ଼ରେ ବନ୍ଧୁକ ମୁନରେ ଟଙ୍କା ଭର୍ତି ଭ୍ୟାନ୍ ଲୁଟ୍ ଘଟଣା । ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏହି ସଂସ୍ଥାରେ ପୂର୍ବରୁ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡକୁ ସନ୍ଦେହରେ ତିଗିରିଆ ଥାନାକୁ ଉଠାଇ ଆଣିଛି ପୁଲିସ । ଅଟକ ରଖି ପଚରାଉଚୁରା ଜାରି ରହିଛି । ଏପର୍ଯ୍ୟନ୍ତ ଲୁଟେରାଙ୍କ କୌଣସି ଟେର୍ ପାଇନି ପୁଲିସ । ଗତକାଲି ଶୁକ୍ରବାର ଭ୍ୟାନରେ ଥିବା ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଲୁଟେରା । ସ୍କୁଟି ଓ ସ୍କର୍ପିଓରେ ଆସିଥିଲେ ୫ରୁ ୬ ମୁଖାପିନ୍ଧା ଲୁଟେରା । ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭ୍ୟାନକୁ ଅଟକାଇବା ପରେ ଲୁଟ୍ ପାଟ କରିଥିଲେ ।





