ବାରିପଦା, (ବାଘୁଆବାର୍ତ୍ତା): ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗ୍ରାମରେ କଲରାପତରିଆ ବାଘ ଚମଡ଼ା ଜବତ କରିଛି ବନ ବିଭାଗ। ଏଥି ସହିତ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି। ଦୁଇ ବାଇକ୍ ରେ ୪ ବ୍ୟବସାୟୀ ଜଙ୍ଗଲରୁ ବ୍ୟବସାୟ ନିମନ୍ତେ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା ବନ ବିଭାଗ। ୩ ଜଣଙ୍କୁ ଗିରଫ କରି ବାଙ୍ଗିରିପୋଷି ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।





