Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଗଣନା ଶେଷ

by ସଞ୍ଜୟ ସ୍ୱାଇଁ
May 24, 2025
in State
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଗଣନା ଶେଷ
28
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ନୟାଗଡ଼ ବନ୍ୟପ୍ରାଣୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ସରିଲା ବାଘ ଗଣନା । କୁଶଙ୍ଗ ବନାଞ୍ଚଳର ୧୧ଟି ବିଟ୍ରେ ସରିଲା ବାଘ ଗଣନା । କଲରାପତରିଆ ବାଘର ପାଦ ଚିହ୍ନ, ନଖ ରାମ୍ପୁଡ଼ା ଚିହ୍ନ ଓ ମଳ ଚିହ୍ନଟ । ୧୯ ତାରିଖରୁ ୬ଦିନ ଧରି ଚାଲିଥିଲା ବାଘ ଗଣନା । ଡିଜିଟାଲ ସର୍ଭେ ଆପ୍ ଓ ଟ୍ରାପ୍ କ୍ୟାମେରା ମାଧ୍ୟମରେ ଚାଲିଥିବା ବାଘ ଗଣନା । କୁଶଙ୍ଗ ବନାଞ୍ଚଳରେ ୩ ସେକ୍ସନରେ ୩୩ ଜଣ ବନ କର୍ମଚାରୀ ନିୟୋଜିତ ଥିଲେ । ଗତ ୧୯ ତାରିଖରୁ ଡିଜିଟାଲ ସର୍ଭେ ଆପ୍ ସହିତ ଟ୍ରାପ୍ କ୍ୟାମେରା ମାଧ୍ୟମରେ ବାଘ ଗଣନା ଚାଲିଥିବା ବେଳେ ଗଣନା ପରେ ଗ୍ରିଡ୍ ପଏଣ୍ଟରେ କ୍ୟାମେରା ଲଗାଯାଇ ଆସନ୍ତା ୪୫ଦିନ ପର୍ଯ୍ୟନ୍ତ ବନ୍ୟପ୍ରାଣୀଙ୍କ ସର୍ଭେ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳରେ ଗଣନା କାର୍ଯ୍ୟ ମନିଟରିଂ ପାଇଁ ACFଙ୍କ ତତ୍ତ୍ଵାବଧାନରେ ଜାରି ରହିଥିବା ବେଳେ ବର୍ତ୍ତମାନ କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳରେ ୪୮ଟି ଗ୍ରୀଡ୍ ପଏଣ୍ଟରେ କ୍ୟାମେରା ଦ୍ଵାରା ବନ୍ୟପ୍ରାଣୀଙ୍କ ଗତିବିଧି ଯାଞ୍ଚ ପାଇଁ ପ୍ରକ୍ରିୟା ଜାରି ରହିଛି । କୁଶଙ୍ଗ ରେଞ୍ଜ ଫରେଷ୍ଟର ଶ୍ରୀନିବାସ କହଁରଙ୍କ ନେତୃତ୍ୱରେ ୧୧ଟି ବିଟ୍ରେ ୩୩ ଜଣ କର୍ମଚାରୀ ନିୟୋଜିତ ହୋଇ ବାଘ ଗଣନା ଚାଲିଥିବା ସୂଚନା ମିଳିଛି । ତେବେ ଗଣନା ପରେ ଅଭୟାରଣ୍ୟରେ ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଏହି ପାଦ ଚିହ୍ନ କଲରାପତରିଆ ବାଘର ହୋଇଥିବା ନେଇ ଫରେଷ୍ଟର ସୂଚନା ଦେଇଛନ୍ତି । ସେହିପରି ଅଭୟାରଣ୍ୟରେ କେତୋଟି ବାଘ ଅଛନ୍ତି ସେନେଇ କୌଣସି ସୂଚନା ମିଳିନଥିବା ବେଳେ ଅନ୍ୟ ପ୍ରାଣୀଙ୍କ ମଧ୍ୟରେ ଭାଲୁ, ସମ୍ବର, କୁଟୁରା, ଗୟଳ, ବାରହା, ଜଙ୍ଗଲୀ ବିରାଡ଼ି ଓ ବିଲୁଆ ଆଦି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ମିଳିଛି ।

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026
ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!