ଫୁଲବାଣୀ, (ବାଘୁଆବାର୍ତ୍ତା): ଲାଞ୍ଚ ନେବା ମାମଲାରେ ବ୍ଲକ୍ ଶିକ୍ଷା ବିଭାଗ ବରିଷ୍ଠ କିରାଣୀଙ୍କୁ ୩ ବର୍ଷ ଜେଲ୍ ଓ ଜରିମାନା । ଲାଞ୍ଚ ଗ୍ରହଣ ମାମଲାର ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବିଇଓ ଅଫିସର ତତ୍କାଳୀନ ବରିଷ୍ଠ କିରାଣୀ ଚତୁର୍ଭୁଜ ଖମାରିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏହାସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଗତ ୪/୧୨/୨୦୧୯ରେ ହରଭଙ୍ଗା ବ୍ଲକର ଭାବାପୁର ଗ୍ରାମର କୌଶଲ୍ୟା ଟାମୁକିଈଙ୍କ ଠାରୁ ତାଙ୍କ ବୋହୂ ନର୍ମଦା ଟାମୁକିଆଙ୍କ ପରିବାର ପେନସନ ଟଙ୍କା କରେଇ ଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ୩୩/୧୯ ଌ ଏଜ୧୬/୧୯ୟୁ/ଏସ୍୭ ଆମେନଡେଡ୍ ପିସି ଆକ୍ଟ ୨୦୧୮ରେ ମାମଲା ରୁଜୁ କରିଥିଲା । ଏହି ମାମଲାର ୧୨ ଜଣ ସାକ୍ଷୀଙ୍କ ପଚରାଉଚରା କରିବା ପରେ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ସମରବିଳାସ ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି । ବରିଷ୍ଠ ଆଇନଜୀବୀ ଭି.ଭି. ରାମ ଦାଶ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ।





