Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣେ ଯୁବକ କାହାକୁ ନଜଣାଇ ଭିନ୍ନ ଭିନ୍ନ ରାଜ୍ୟରୁ କରିଥିଲେ ୩ଟି ସ୍ତ୍ରୀ, ସ୍ତ୍ରୀ ମାନେ ଜାଣିବା ପରେ ତିନିଜଣ ମିଶି ସ୍ୱାମୀଙ୍କୁ ବାଡ଼େଇ କରିଦେଲେ ଚେତାଶ୍ୱନ୍ୟ

by ସଞ୍ଜୟ ସ୍ୱାଇଁ
October 3, 2021
in State
ଜଣେ ଯୁବକ କାହାକୁ ନଜଣାଇ ଭିନ୍ନ ଭିନ୍ନ ରାଜ୍ୟରୁ କରିଥିଲେ ୩ଟି ସ୍ତ୍ରୀ, ସ୍ତ୍ରୀ ମାନେ ଜାଣିବା ପରେ ତିନିଜଣ ମିଶି ସ୍ୱାମୀଙ୍କୁ ବାଡ଼େଇ କରିଦେଲେ ଚେତାଶ୍ୱନ୍ୟ
272
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): ଗୋଟିଏ ନୁହେଁ କି ୨ଟି ନୁହେଁ , ଏକାଥରକେ ୩ ଟି ସ୍ତ୍ରୀ । ଗୋଟିଏ ସ୍ତ୍ରୀ ଓଡିଶା, ଆଉ ଗୋଟିଏ ସ୍ତ୍ରୀ ପଡୋଶୀ ରାଜ୍ୟ ଆନ୍ଧ୍ର ଏବଂ ଆଉ ଏକ ସ୍ତ୍ରୀ କେରଳରେ । ପୂର୍ବରୁ ୨ ସ୍ତ୍ରୀ ଥିବା କଥାକୁ ଲୁଚାଇ କେରଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଯୁବକ । ଏବେ ଧରାପଡି ତିନି ସ୍ତ୍ରୀଙ୍କ ଠାରୁ ଖାଇଛନ୍ତି ମାଡ । ଯାହାକି ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି । ଖବର ଅନୁଯାୟୀ, ରାୟଗ଼ଡ଼ା ଜିଲ୍ଲା କୁର୍ଲି ପଞ୍ଚାୟତର ବୁସବାଡ଼ି ଗାଁର ଜଣେ ଯୁବକ ବିବାହ କରିଥିଲେ । ଏହାପରେ ବି ସେ ଆନ୍ଧ୍ର ରାଜ୍ୟ କୁନ୍ତେଷୁ ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ଘରକୁ ଆଣିଥିଲେ । ଘରେ ପୂର୍ବରୁ ଗୋଟିଏ ସ୍ତ୍ରୀ ଥିବା ବେଳେ ଆଉ ଗୋଟିଏ ସ୍ତ୍ରୀ ଘରକୁ ଆଣିଥିଲେ । ଯାହାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଏହାପରେ ସ୍ୱାମୀ ଜଣଙ୍କ ଘର ଛାଡି କେରଳକୁ ଚାଲିଯାଇଥିଲେ । ଲକ୍‌ଡାଉନ୍‌ ସମୟରେ ଯୁବକ ଜଣଙ୍କ କେରଳରେ ଯାଇ ଏକ କାରଖାନ୍‌ରେ କାମ କରୁଥିଲେ । ସେଠାରେ ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ନିଜ ବିବାହ କଥା କେରଳ ଯୁବତୀଙ୍କୁ ଲୁଚାଇଥିଲେ । କିଛି ଦିନ ପରେ କେରଳର ଏକ ଚର୍ଚ୍ଚାରେ ଉଭୟ ବିବାହ କରିଥିଲେ ।ତେବେ ପ୍ରଥମ ଲକ୍‌ଡାଉନ୍‌ ସରିବା ପରେ ଯୁବକ ଜଣଙ୍କ ଘରକୁ ଫେରି ଆଉ କେରଳ ଯାଇନଥିଲେ । ସେପଟେ କେରଳରେ ଥିବା ବିବାହ କରିଥିବା ଯୁବତୀ ଜଣଙ୍କ ବହୁ ଚେଷ୍ଟା କରିଥିଲେ ତାଙ୍କ ସହ ଯୋଗାଯୋଗ କରିବାକୁ, କିନ୍ତୁ କିଛି ସୁଫଳ ହୋଇନଥିଲା । ଶେଷରେ ଯୁବକଙ୍କର ଜଣେ ସାଙ୍ଗ ଠାରୁ ଯୁବତୀ ଜଣଙ୍କ ଯୁବକଙ୍କ ନମ୍ବର ଓ ଘର ଠିକଣା ଆଣିଥିଲେ । ଏହାପରେ ଯୁବତୀ ଜଣଙ୍କ ଆସି ଯୁବକଙ୍କ ଘରେ ପହଞ୍ଚିଥିଲେ । ତେବେ ପୂର୍ବରୁ ୨ଟି ସ୍ତ୍ରୀ ଥିବା ଦେଖି ପାଟିତୁଣ୍ଡ କରିଥିଲେ । ସେପଟେ ପୂର୍ବରୁ ରାଗ ରଖିଥିବା ୨ଜଣ ସ୍ତ୍ରୀ ଓ କେରଳ ଯୁବତୀ ମିଶି ସ୍ୱାମୀଙ୍କୁ ନିର୍ଦ୍ଦୁମ ଛେଚିଥିଲେ । ଏଥିରେ ସ୍ୱାମୀ ଜଣଙ୍କ ଆହତ ହୋଇ ଚେତାଶୁନ୍ୟ ହୋଇପଡିଥିଲେ । ଗାଁର କିଛି ଲୋକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଏହି ଘଟଣା ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!