Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଇଭଉଣୀଙ୍କ ଠାରୁ ଝାମ୍ପିନେଲେ ୩ ଲକ୍ଷ

by ସଞ୍ଜୟ ସ୍ୱାଇଁ
October 3, 2024
in Crime, State
ବାପ-ପୁଅ ଟଙ୍କା ବ୍ୟାଗ ଧରି ଲସି ପିଉଥିଲେ, ଦୁଇ ଯୁବକ ପଲସର୍‌ରେ ଆସି ଝାମ୍ପିନେଲେ ଟଙ୍କା ବ୍ୟାଗ
89
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରୁଛି। ଅପରାଧ ମୁକ୍ତ ପୂଜା ପାଇଁ ପୁଲିସ୍‌ ପଣ କରିଛି। ହେଲେ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ଲୋକମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ପାର୍ବଣ ପୂର୍ବରୁ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ୨ ଜଣ ଦୁର୍ବୃତ୍ତ ଆଜି ଦିନ ଦ୍ୱିପ୍ରହରରେ କରିଛନ୍ତି ଲୁଟ। ଭାଇଭଉଣୀଙ୍କ ଠାରୁ ୨ ଦୁର୍ବୃତ୍ତ ୩.୨୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ରାଜଧାନୀର ବ୍ୟସ୍ତବହୁଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏପରି ଲୁଟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ପ୍ରାଚୀ ଏନକ୍ଲେଭ ନିକଟରେ ରହୁଥିବା ଭାଇଭଉଣୀ ଘର କାମ ପାଇଁ ବ୍ୟାଙ୍କକୁ ଆଜି ଟଙ୍କା ଉଠାଣ ପାଇ ଯାଇଥିଲେ। ସେମାନେ ଚନ୍ଦ୍ରଶେଖରପୁର ଫେଜ୍-୧ SBIରୁ ୩ ଲକ୍ଷ ଟଙ୍କା ଉଠାଇବା ସହ ଗୋଟିଏ ବ୍ୟାଗରେ ଏହାକୁ ଧରି ଘରକୁ ଫେରୁଥିଲେ। ମହିଳାଙ୍କ ବ୍ୟାଗରେ ଆଉ ୨୫ ହଜାର ଟଙ୍କା ରହିଥିଲା। ପ୍ରାୟ ୨ଟାରୁ ୨.୩୦ ମଧ୍ୟରେ ସେମାନେ ଟଙ୍କା ଧରି ଘରକୁ ଆସୁଥିଲେ। କିନ୍ତୁ ସେମାନଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ ପାଖରୁ ଗୋଟିଏ ପଲସର ୨୨୦ ଦ୍ୱାରା ପିଛା କରୁଥିଲେ। ଏକଥା କିନ୍ତୁ ଭାଇଭଉଣୀ ଜାଣି ନଥିଲେ। ଏସବୁ ଭିତରେ ପ୍ରାଚୀ ଏନକ୍ଲେଭ ନିକଟରେ ଉଭୟ ପହଞ୍ଚିବା କ୍ଷଣି ଦୁଇ ଜଣ ଯୁବକ ବାଇକରେ ଆସି ସେମାନଙ୍କୁ ଅଟକାଇଥିଲେ। କେହି କିଛି ବୁଝିବା ଆଗରୁ ମହିଳା ଜଣଙ୍କ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ସେମାନେ ଭିଡ଼ି ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ। ସେମାନେ ଚିତ୍କାର କରିଥିଲେ ହେଁ ଲୁଟେରାମାନେ ସେଠାରୁ ଟଙ୍କା ବ୍ୟାଗ ଧରି ଚାଲି ଯାଇଥିଲେ। ଘଟଣା ପରେ ଭାଇଭଉଣୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଦୁଇ ଲୁଟେରାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି। ହେଲେ ଏଯାଏ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଲୁଟର ଶିକାର ହୋଇଥିବା ଭାଇଭଉଣୀଙ୍କ କହିବା କଥା ଯେ ଘର କାମ ପାଇଁ ସେମାନେ ଟଙ୍କା ଉଠାଇଥିଲେ। ପୂଜା ପୂର୍ବରୁ ଠିକାଦାର ଓ ଅନ୍ୟମାନଙ୍କୁ ଏହି ଟଙ୍କା ଦେବାର ଥିଲା। ସେହିପରି ନିର୍ମାଣ କାମ ପାଇଁ କିଛି ଜିନିଷ ମଧ୍ୟ କିଣିବାର ଥିଲା। ହେଲେ ଘର ନିକଟରୁ ହିଁ ଦୁଇ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଛନ୍ତି। ଭାଇଭଉଣୀ ଗୋଟିଏ ଗ୍ଲାମର ଗାଡ଼ିରେ ଟଙ୍କା ଧରି ଆସୁଥିଲେ। ଦୁଇ ଲୁଟେରା ଗୋଟିଏ ୨୨୦ ପଲସର ଗାଡ଼ିରେ ଆସିଥିଲେ। ଗାଡ଼ି ଚାଳକ ହେଲମେଟ ପିନ୍ଧିଥିବା ବେଳେ ପଛରେ ବସିଥିବା ଯୁବକ ହେଲମେଟ ପିନ୍ଧି ନଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!