Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମିବାଡ଼ି ବିବାଦକୁ ନେଇ ହତ୍ୟା ଘଟଣା, ୩ ଗିରଫ

by ସଞ୍ଜୟ ସ୍ୱାଇଁ
May 29, 2025
in Crime, Nayagarh, State
ଜମିବାଡ଼ି ବିବାଦକୁ ନେଇ ହତ୍ୟା
72
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ ସଦରଥାନା ଦୁର୍ଦ୍ଦୁରା ଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହଣାକଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ । ଏହି ଘଟଣାରେ ସଦରଥାନା ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖିଥିଲା । ଆଜି ସେମାନଙ୍କୁ ଗିରଫ କରାଯାଇଛି । ଦୁର୍ଦ୍ଦୁରା ଗାଁର ଦୁଃଖିଶ୍ୟାମ ବଡ଼ତିଆ ଏବଂ ଭ୍ରମର ବଡ଼ତିଆ ଦୁଇଭାଇ । ଭ୍ରମର ନିଜର ଗୋଟିଏ ଯାଗାକୁ ସେହି ଗାଁର ବାବୁ ସ୍ବାଇଁଙ୍କୁ ବିକ୍ରି କରିବାକୁ କଥା ହୋଇଥିଲେ । ସେହି ଜାଗାକୁ ସାନଭାଇ ଦୁଃଖିଶ୍ୟାମ ନେବାକୁ ବଡ଼ଭାଇ ଭ୍ରମରଙ୍କୁ କହିଥିଲେ ମଧ୍ୟ ସେ ଶୁଣିନଥିଲେ। ଆଜି ଭ୍ରମରଙ୍କ ପରିବାର ବାବୁଙ୍କୁ ଜାଗା ମଡାଣ ଦେଉଥିବା ସମୟରେ ଦୁଃଖିଶ୍ୟାମ ଏବଂ ତାଙ୍କର ଦୁଇପୁଅ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଆକ୍ରମଣରେ ବାବୁ ସ୍ବାଇଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନଭାଇ ଅମର ଗୁରୁତର ଆହତ ହୋଇଛନ୍ତି । ପ୍ରତିଆକ୍ରମଣରେ ଭ୍ରମର ଏବଂ ଦୁଃଖିଶ୍ୟାମଙ୍କ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଛି । ଅମର ସ୍ବାଇଁ, ଭ୍ରମର ବଡତିଆ ଏବଂ ମନୋଜ ବଡତିଆଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ବାବୁଙ୍କ ପରିବାର ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ପୁଲିସ ଘଟଣାରେ ସମ୍ପୃକ୍ତ ଦୁଖିଶ୍ୟାମ ବଡ଼ତିଆ ତାଙ୍କ ପୁଅ ରମେଶ ବଡ଼ତିଆ, ମାନସ ବଡ଼ତିଆଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!