Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଆଇନ ବାରୁଦ ଗଦାରେ ପୁଲିସର ଚଢ଼ାଉ, ତିନି ଗିରଫ

by ସଞ୍ଜୟ ସ୍ୱାଇଁ
October 8, 2024
in Crime, State
ବେଆଇନ ବାରୁଦ ଗଦାରେ ପୁଲିସର ଚଢ଼ାଉ, ତିନି ଗିରଫ
49
VIEWS
Share on FacebookShare on Twitter

ଆସିକା, (ବାଘୁଆବାର୍ତ୍ତା): ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା (ଗଞ୍ଜାମର ଶିବକାଶୀ)ରେ ଆଜି ପୁଲିସ ଅତର୍କିତ ଚଢ଼ାଉ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ୍‌ ବାଣ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୬ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ବିଶ୍ବସ୍ତ ସୂତ୍ରରୁ ସୂଚନା ଆଧାରରେ ଏସ୍‌ଡିପିଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, କୋଟିନଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହାଙ୍କ ସହିତ ଦୁଇ ପ୍ଲାଟୁନ ପୁଲିସ ଆଜି ସକାଳୁ ଚଢ଼ାଉ କରିଥିଲେ। ପୁଲିସ ବିପୁଳ ପରିମାଣର ବାଣ ଜବତ କରିବା ସହିତ ତିନି ଅଭିଯୁକ୍ତ ବୁଦ୍ଧି ରାମ ସେଠୀ, ତାଙ୍କର ପୁଅ ପିଣ୍ଟୁ ସେଠୀ ଓ ଜିତେନ୍ଦ୍ର ଜେନାଙ୍କୁ ତିନୋଟି ମାମଲାରେ ଗିରଫ କରିଛି। ପୁଲିସ ମୋଟ ଛଅଟି ମାମଲା ରୁଜୁ କରିଛି। ବେଆଇନ ବାଣ ପ୍ରସ୍ତୁତି କରୁଥିବା ଛଅ ଅଭିଯୁକ୍ତ ଫେରାର ଅଛନ୍ତି। ନଳବଣ୍ଟା ବେଆନ ବାଣ ପ୍ରସ୍ତୁତି ଓ ବିକ୍ରି ପାଇଁ ଏକ ସ୍ୱତନ୍ତ୍ର ପରିଚୟ କରିଛି। ଏହି ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଏକ ପ୍ରକାର କୁଟୀର ଶିଳ୍ପ ପାଲଟିଥିବା ବେଳେ ଏହି କାର୍ଯ୍ୟରେ ମହିଳା ଓ ନାବାଳକମାନେ ମଧ୍ୟ ନିୟୋଜିତ ହୁଅନ୍ତି। ବର୍ଷବର୍ଷ ଏହି ଗ୍ରାମର କିଛି ବ୍ୟବସାୟୀ ବେଆଇନ ଭାବେ ବାହାରୁ ବାରୁଦ ଓ ଅନ୍ୟ ରାସାୟନିକ ସାମଗ୍ରୀ ଆଣି ଏଠି ନିକଟରୁ ତାଳ ପତ୍ର, ସୂତା ପେପର ସଂଗ୍ରହ କରିଥାନ୍ତି। ପୁଲିସ ପ୍ରଶାସନର ଦୃଷ୍ଟି ଆଢୁଆଳରେ ବିଲ ମଧ୍ୟରେ, ବନ୍ଦ ଘରେ, ନଦୀ କୂଳରେ ଆଦି ସ୍ଥାନରେ ଚାଲିଆ କରି ବିଭିନ୍ନ ପ୍ରକାରର ବାଣ ପ୍ରସ୍ତୁତ କରନ୍ତି। ତାଳପତ୍ରର ବାଣ ସହିତ ପ୍ରଚଣ୍ଡ ଶବ୍ଦ ବିପଦ ସୃଷ୍ଟି କରୁଥିବା, ପରିବେଶ ପ୍ରଦୂଷଣ କରୁଥିବା ବାଣ ପ୍ରସ୍ତୁତ କରନ୍ତି। ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ଏହି ଗ୍ରାମର କିଛି ବ୍ୟବସାୟୀ ବର୍ଷ ବର୍ଷ ଧରି ଗ୍ରାମର ଲୋକଙ୍କୁ ବିପଦରେ ପକାଇ ବେଆଇନ ଭାବେ ବାହାରୁ ବାରୁଦ ସଲଫର ସହଜରେ ଆଣି ବାଣ ପ୍ରସ୍ତୁତ କରିଥାନ୍ତି। ବେପାରୀମାନେ ବେଆଇନ ବାଣକୁ ସହଜରେ ଅନ୍ୟ ସ୍ଥାନକୁ ବିକ୍ରି କରି ବେଶ ରୋଜଗାର କରନ୍ତି। ନିଜେ ବେପାରୀ ଟଙ୍କା ପାଇଁ ସମଗ୍ର ଗ୍ରାମ ପାଇଁ ବିପଦ ଡାକି ଆଣେ। ଦୀପାବଳି ସମୟ ପାଖେଇ ଆସିଥିବ ବେଳେ ବେଆଇନ ଭାବେ ନଳବଣ୍ଟା ଗ୍ରାମର ବହୁ ସ୍ଥାନରେ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରସ୍ତୁତ ବାଣକୁ ଲୁଚାଇ ରଖାଯାଉଥିବା କାରଣରୁ ସେଠିକାର ବାସିନ୍ଦା ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!