Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଣିଗୋଚ୍ଛା ଥାନା ମହିଳାଙ୍କୁ ହତ୍ୟା ଘଟଣା, ୩ ଗିରଫ

by ସଞ୍ଜୟ ସ୍ୱାଇଁ
December 21, 2024
in Crime, Nayagarh, State
ବାଣିଗୋଚ୍ଛା ଥାନା ମହିଳାଙ୍କୁ ହତ୍ୟା ଘଟଣା, ୩ ଗିରଫ
342
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା କୁଜାମେଣ୍ଡି ପଞ୍ଚାୟତ ଗଙ୍ଗାଡିହ ଗାଁ ପାର୍ଶ୍ୱ ଜଙ୍ଗଲୀ ରାସ୍ତାରେ ମହିଳାଙ୍କୁ ହତ୍ୟା ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତୋଟାଗୁଡ଼ା ଗ୍ରାମର ସୁବାସିନୀ ବେହେରା, ଦିଲ୍ଲୀପ କୁମାର ବେହେରା ଏବଂ ଦିଲ୍ଲୀପର ଶଳା ଦଶନିପଡ଼ା ଗ୍ରାମର ପ୍ରଦୀପ ନାୟକ । ମୃତ ମହିଳାଙ୍କ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ତଟାଗୁଡ଼ା ଗାଁର ଅବସରପ୍ରାପ୍ତ ସ୍ୱର୍ଗତ ଶିକ୍ଷକ ଅଭିମନ୍ୟୁ ବେହେରାଙ୍କ ଅବିବାହିତ ଝିଅ ସୁକାନ୍ତି ବେହେରା । ସୁକାନ୍ତି ଏବଂ ସୁବାସିନୀ ଉଭୟ ଭଲ ବନ୍ଧୁ । ସୁବାସିନୀ ଅବିବାହିତ ଥିବାରୁ ତାଙ୍କ ପାଖରେ ଅବସରପ୍ରାପ୍ତ ଶିକ୍ଷକ ବାପାଙ୍କ ପେନସନ ଟଙ୍କା ଏବଂ ସୁଧ କାରାବର ଲାଭ ଟଙ୍କା ରହିଥିଲା ।

ଯାହାକୁ ହାତେଇବା ଉଦ୍ଦେଶ୍ୟ ରଖି ସୁବାସିନୀ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ପୁଲିସ ସୂଚନା ଦେଇଛି । ଘଟଣା ଦିନ ଯୋଜନା ମୁତାବକ ସୁବାସିନୀ ଓ ସୁକାନ୍ତି ବସ ଯୋଗେ କୁଜାମୁଣ୍ଢିରେ ପହଞ୍ଚିଥିଲେ । ସେଠାରୁ ଯୋଜନା ଅନୁସାରେ ଏକ ଅଟୋ ଡକାଇ ଥିଲେ । କୁଜାମେଣ୍ଡିରେ ପହଞ୍ଚିବା ପରେ ସୁବାସିନୀ ଅଟୋରେ ବସି ସୁକାନ୍ତିଙ୍କୁ ନେଇ ଓଡ଼ମ୍ବା ଛକ ଆଡ଼େ ନେଇଯାଇଥିଲେ । ଚତୁରତାର ସହ ଗଙ୍ଗାଡିହ ଜଙ୍ଗଲକୁ ନେଇ ତାଙ୍କୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସହାୟତାରେ ହତ୍ୟା କରିଥିଲେ । ପୁଲିସ ସୁବାସିନୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୁବାସିନୀ ଘରୁ ପୁଲିସ ଏକ ସୁନାହାର ଜବତ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ଏକ ଜରୀ ବସ୍ତା ଜବତ କରିଛି । ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ନୟାଗବ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!