Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରି କରିବା ପାଇଁ ଯାଇଥିବା ବେଳେ ରେଲିଂରେ ଫସିଗଲା ଚୋରମୁଣ୍ଡ

by ସଞ୍ଜୟ ସ୍ୱାଇଁ
March 19, 2021
in Feature News
ଚୋରି କରିବା ପାଇଁ ଯାଇଥିବା ବେଳେ ରେଲିଂରେ ଫସିଗଲା ଚୋରମୁଣ୍ଡ
597
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା):  କୁହାଯାଏ ଚୋର ଘର କେବେ ଅନ୍ଧାର ନଥାଏ। ଏମିତି ଏକ ଘଟଣା ନିକଟରେ ଘଟିଛି। ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶୁଥିବା ବେଳେ ତାର ମୁଣ୍ଡ ରେଲିଂରେ ଫସି ଯାଇଥିଲା। ଆଉ ସେ ସେଠାରେ ତିନିଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲା। ଯେତେ ଚେଷ୍ଟା ପରେ ବି ଚୋର ରେଲିଂ ଭିତରୁ ମୁଣ୍ଡ ବାହାର କରି ପାରି ନଥିଲା। ଘରଲୋକ କୌଣସି କାମରେ ବାହାରକୁ ଆସିଲା ବେଳେ ଚୋରକୁ ଏପରି ଝୁଲୁଥିବା ଦେଖି ଭୟଭୀତ ହୋଇଯାଇଥିଲେ। ସେମାନେ ପଡ଼ିଶାଘର ଲୋକଙ୍କୁ ଡାକିବା ସହିତ ପୁଲିସରେ ଖବର ଦେଇଥି‌ଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଶ୍ଚର୍ଯ୍ୟର କଥା ସେପର୍ଯ୍ୟନ୍ତ ଚୋରକୁ କେହି ହେଲେ ସାହାଯ୍ୟ କରିବାକୁ ଯାଇ ନଥିଲେ। ପୁଲିସ କଟର ସାହାଯ୍ୟରେ ରେଲିଂକୁ କାଟି ଚୋର ମୁଣ୍ଡକୁ ବାହାର କରିଥିଲା। ଏହାପରେ ଚୋରକୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲା। ଫଟୋ ଓ ଭିଡିଓରେ ରେଲିଂରେ ଚୋରଟି କିପରି ଫସି ରହିଛି ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ‘ଯେସାକୁ ତେସା’।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!