Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିମୁଳିଆରେ ଚୋରଙ୍କ ଆତଙ୍କରାଜ

by ସଞ୍ଜୟ ସ୍ୱାଇଁ
May 18, 2025
in Crime, State
ସିମୁଳିଆରେ ଚୋରଙ୍କ ଆତଙ୍କରାଜ
5
VIEWS
Share on FacebookShare on Twitter

ସିମୁଳିଆ, (ବାଘୁଆବାର୍ତ୍ତା): ସିମୁଳିଆରେ ପୁଣି ଚୋରମାନଙ୍କ ଆତଙ୍କରାଜ । ଘରେ କେହି ନଥିବାର ସୁଯୋଗ ନେଇ ରାତିରେ କବାଟ ଗ୍ରିଲ କାଟି ଘରେ ପଶିଲେ ଏବଂ କଳାକନା ବୁଲାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରି ପଞ୍ଚାୟତ ବିନ୍ଧାଣି ପୋଲ ନିକଟରେ ଏଭଳି ଘଟଣା ଘଟିଛି । ଏହି ଅଞ୍ଚଳରେ ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କରାଯିବା ଏବଂ ତାଙ୍କର ଦଶାହ କର୍ମ ଦିନ ପୁଣି ଘରେ ଚୋରି ହେବା, ବେକରେ ଭୁଜାଲି ଲଗାଇ ଜଣେ ବୃଦ୍ଧାଙ୍କ ନିକଟରୁ ଟଙ୍କା ଏବଂ ଅଳଙ୍କାର ଲୁଟି ନେବା ଘଟଣାରେ ସିମୁଳିଆ ପୋଲିସ ଏଯାଏଁ ଅଭିଯୁକ୍ତଙ୍କ ଟେର ପାଉନାହିଁ । ଏବେ ପୁନର୍ବାର ସେହି ଅଞ୍ଚଳରେ ଚୋରମାନେ ଘରେ ପଶି ଲୁଟ୍ କରିଛନ୍ତି । ସୂଚନା ମୁତାବକ, ଗତକାଲି ରାତିରେ ସେହି ଅଞ୍ଚଳର ବଳରାମ ସାହୁ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଦୋକାନ ଖୋଲି ବ୍ୟବସାୟ କରୁଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘର କବାଟ ଗ୍ରିଲ କାଟି ନଗଦ ୧୨ ହଜାର ଟଙ୍କା ସମେତ ସୁନା ଏବଂ ରୂପା ଅଳଙ୍କାର ଲୁଟିନେଇଥିବାର ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଦୁର୍ବୃତ୍ତମାନେ ବଳରାମଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ହେଲେ ଶନିବାର ସ୍ୱାମୀ-ସ୍ତ୍ରୀ ଘରକୁ ଫେରିବା ପୂର୍ବରୁ ଦୁର୍ବୃତ୍ତମାନେ ସବୁ ଲୁଟିନେଇଛନ୍ତି । ଘରକୁ ଫେରି ଚୋରି ହୋଇଥିବାର ଜାଣିବା ପରେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ସିମୁଳିଆ ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବାର ସୂଚନା ମିଳିଛି । ସିମୁଳିଆରେ କିଛି ମାସ ହେବ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଏବଂ ବନ୍ଧୁକ ଧରି ଲଗାତାର ଚୋରି କରିବା ଏବଂ ସିମୁଳିଆ ପୋଲିସ ଧରିବାରେ ବିଫଳ ହେବା ଯୋଗୁଁ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବାଲେଶ୍ୱର ଏସପି ରାଜ ପ୍ରସାଦ ଏବଂ ଡିଆଇଜି ସତ୍ୟଜିତ ନାୟକଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!