ଓଡ଼ଗାଁ, (ବାଘୁଆବାର୍ତ୍ତା) : ଦିନକୁ ଦିନ ଓଡ଼ଗାଁ ଆଦର୍ଶ ଥାନା ପୋଲିସର ତପ୍ତରତା ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଚୋର ମାନଙ୍କର ପ୍ରାଦୁର୍ଭାବ ହ୍ରାସ ପାଇଥିବା ବେଳେ , ଅପରାଧ ସଂଖ୍ୟା କମିବାରେ ଲାଗି ଅଛି । ଆଜି ପୁଣି ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଆଉ ଏକ ଆନ୍ତଃଜିଲ୍ଲା ଚୋର ସନ୍ତୋଷ ପ୍ରଧାନ (୪୫)କୁ ଗିରଫ କରି ୪୫୭,୩୮୦ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଅଛି। ତାର ଘର ନନ୍ଦିଘୋର ତୁଳସୀ ସାହି ବୋଲି ସୂଚନା ମିଳିଛି । ଚୋର ଠାରୁ ପୋଲିସ ଏକ ଫ୍ରିଜ ଜବତ କରିଛି ।ଏହା ପୂର୍ବରୁ ମଧ୍ୟ ସନ୍ତୋଷ ବାଘୁଆ ଛକ ଦୋକାନ ଚୋରି ମାମଲାରେ ସମ୍ପୃକ ଥିବା ବେଳେ ବିଭିନ୍ନ ଛୋଟ ମୋଟ ଚୋରି ମାମଲାରେ ସମ୍ପୃକ୍ତ ଥିବା ଓଡ଼ଗାଁ ଆଦର୍ଶ ଥାନା ଏସଆଇ ସଞ୍ଜୟ କୁମାର ପରିଡା ସୂଚନା ଦେଇଛନ୍ତି । ଓଡ଼ଗାଁ ଅଞ୍ଚଳରେ ଚୋର ମାନଙ୍କର ପ୍ରାଦୁର୍ଭାବ କମ କରିବାରେ ଆଦର୍ଶ ଥାନା ଏସଆଇ ସଞ୍ଜୟ କୁମାର ପରିଡାଙ୍କ ପଦକ୍ଷେପକୁ ସାଧାରଣ ଲୋକେ ପ୍ରସଂଶା କରିଛନ୍ତି ।





