ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଗାଁରେ କିଛି ଦିନ ତଳୁ ଗାଁର ବିଭିନ୍ନ ଘରୁ ଲଗାତାର ଚୋରି ହେଉଥିଲା । ଚୋର ଲୋକଙ୍କ ପିତ୍ତଳ ହାଣ୍ଡି, ଥାଳି, ମୋବାଇଲ ଫୋନ୍ ଏମିତି ବିଭିନ୍ନ ଜିନିଷପତ୍ର ଚୋରି କରୁଥିଲା । ବୁଧବାର ସକାଳୁ ଚୋରକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ସେହି ଗ୍ରାମର ନରତ୍ତୋମ ସୁତାରକୁ ଲୋକ ସନ୍ଦେହ କରୁଥିବା ବେଳେ ବୁଧବାର ଧରିବା ପରେ ଚୋରର ଘର ଦେଖିଥିଲେ । ଗାଁ ଲୋକଙ୍କର ଚୋରି ହୋଇଥିବା ସବୁ ଜିନିଷପତ୍ର ଚୋର ନରତ୍ତୋମ ସୁତାର ଘରୁ ମିଳିଥିଲା । ଗାଁ ଲୋକ ଚୋରକୁ ଧରି ବାନ୍ଧିକି ଜୋତାମାଳ ପକେଇ ପୋଲିସର ଜିମା ଦେଇଛନ୍ତି ।





