Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋର ର ଛୁରାମାଡ଼ ଖାଇ ମଧ୍ୟ ଚୋରକୁ ଛାଡ଼ି ନଥିଲେ ସାହସିକ କନେଷ୍ଟବଳ

by ସଞ୍ଜୟ ସ୍ୱାଇଁ
July 20, 2021
in Crime, State
ଚୋର ର ଛୁରାମାଡ଼ ଖାଇ ମଧ୍ୟ ଚୋରକୁ ଛାଡ଼ି ନଥିଲେ ସାହସିକ କନେଷ୍ଟବଳ
159
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପୁଲିସର ଗଳା କାଟିଦେଲା ଚୋର । ଚୋରକୁ ଧରିବାକୁ ଯାଇ ରାମଚଣ୍ଡୀ ଥାନାର ଜଣେ କନେଷ୍ଟବଳ ହେଲେ ରକ୍ତାକ୍ତ । କିନ୍ତୁ ଛୁରାମାଡ ଖାଇ ମଧ୍ୟ ଚୋରକୁ ଛାଡ଼ିନଥିଲେ । ଚୋରକୁ ମାଡିବସି ଥାନାକୁ ନେଇଥିଲେ । ଏହାପରେ ତାକୁ ଗିରଫ କରାଯାଇଛି । ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତ ହେଲା ଏହି ଥାନା ଅଧୀନ ଭୂଆଁ ଗ୍ରାମର ରାଜୁ ବେହେରା (୨୫) । ଛୁରାମାଡ ଖାଇ ଆହତ ହୋଇଥିବା କନଷ୍ଟେବଲ ହେଲେ ମନୋଜ କୁମାର ନାୟକ । ଏଭଳି ସାହସିକତା ପାଇଁ ଅଞ୍ଚଳରେ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଇଛି । ବହୁ ମାମଲାରେ ଜଡ଼ିତ ଥିବା ଏହି ଥାନା ଅଧୀନ ତରକୋର ଗ୍ରାମର ଦିଲୀପ କୁମାର ସାହୁ(୨୬)ନାମକ ଜଣେ ଅଭିଯୁକ୍ତକୁ କୋଣାର୍କ ଥାନା ପୁଲିସ ଖୋଜୁଥିଲା । ଦିଲୀପ ନିକଟ ଅତୀତରେ ପିପିଲି ଥାନାର ଏକ ମାମଲାରେ ଜେଲ୍‌ ଯାଇ ଏବେ ଜାମିନରେ ଆସିଥିଲା । ଦିଲୀପର ଅନ୍ତରଙ୍ଗ ସାଙ୍ଗ ଥିଲା ରାଜୁ । ଉଭୟ ବିଭିନ୍ନ ଥାନା ଅଞ୍ଚଳର ଏକାଧିକ ଚୋରି ଓ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିବା ପୁଲିସ କହିଛି । ତେଣୁ କୋଣାର୍କ ଥାନା ପୁଲିସ ଦିଲୀପକୁ ଗିରଫ କରିବା ପାଇଁ ରାମଚଣ୍ଡୀ ଥାନା ପୁଲିସର ସହଯୋଗ ଲୋଡିଥିଲା । ଶନିବାର ସନ୍ଧ୍ୟା ୫ଟାରେ ତରକୋର ଗ୍ରାମରେ ଚଢଉ କରି ରାମଚଣ୍ଡୀ ଥାନା ପୁଲିସ ଟିମ୍‌ ଦିଲୀପକୁ କାବୁ କରିବାରେ ସକ୍ଷମ ହୋଇଥିଲା । ହେଲେ ଏହି ସମୟରେ ତା’ ପାଖରେ ଥିବା ରାଜୁ ଖସି ପଳାଇଥିଲା । ଦିଲୀପକୁ ପଚରା ଉଚରା କରିବାବେଳେ ଲୁଟ୍‌ପାଟ୍‌ କରିବାକୁ ଉଭୟ ଯୋଜନା କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା । ବିଳମ୍ବ କଲେ ରାଜୁ ଫେରାର୍‌ ହୋଇଯିବା ଆଶଙ୍କା କରି ପରଦିନ ଅର୍ଥାତ୍‌ ରବିବାର ପୂର୍ବାହ୍ନରେ ରାମଚଣ୍ଡୀ ଥାନା ପୁଲିସ ଚଢଉ କରିଥିଲା । ଦିଲୀପକୁ ଧରିବାବେଳେ ଯାଇଥିବା ପୁଲିସ ଟିମ୍‌କୁ ରାଜୁ ଦେଖିଥିବାରୁ ଚିହ୍ନିଯିବା ଆଶଙ୍କା କରି ଏଥର ଅନ୍ୟ ପୁଲିସ କର୍ମଚାରୀ ଯାଇଥିଲେ । ଏହି ଟିମ୍‌ରେ ଥିଲେ କନଷ୍ଟେବଲ ମନୋଜ । ବାଲିଘାଇ ଠାରେ ରାଜୁ ବୁଲୁଥିବା ଜାଣି ଆଇଆଇସି ଶରତ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଟିମ୍‌ ତାକୁ ମାଡି ବସିଥିଲେ । ହେଲେ ରାଜୁ ପାଖରେ ରଖିଥିବା ଛୁରୀ ବାହାର କରି ମନୋଜଙ୍କ ତଣ୍ଟିକୁ କାଟି ଦେଇଥିଲା । ଗଳା କଟିଥିଲେ ମଧ୍ୟ ଆତଙ୍କିତ ହୋଇ ନଥିଲେ ମନୋଜ । ପାଖକୁ ଆସିଲେ ଭୁସିଦେବ ବୋଲି ରାଜୁ ଚିତ୍କାର କରୁଥିଲେ ବି ମନୋଜ ଭୟ ନକରି ସାହାସର ସହ ତାକୁ ମାଡି ବସିଥିଲେ । ପରେ ତାକୁ ଚିକିତ୍ସା କରାଯାଇଥିଲା । ଏନେଇ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ରାଜୁକୁ ଗିରଫ କରିଥିବା କହିଛନ୍ତି ଆଇଆଇସି ନାୟକ । ସୋମବାର ତାକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ୍‌ ନାମଞ୍ଜୁର ହେବାରୁ ରାଜୁକୁ ଜେଲ୍‌ ପଠାଇ ଦିଆଯାଇଛି । ଦିଲୀପକୁ କୋଣାର୍କ ଥାନା ପୁଲିସ ଜିମା ଦିଆଯାଇଥିବା ମଧ୍ୟ ଆଇଆଇସି କହିଛନ୍ତି । ସେପଟେ କନଷ୍ଟେବଲ ମନୋଜଙ୍କ ସାହସିକତା ପାଇଁ ତାଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି । ଘଟଣା ସମ୍ପର୍କରେ ବୁଝିବେ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ମିହିର୍‌ ପଣ୍ଡା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!