Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବ କ୍ରିକେଟର ୨୮ ବର୍ଷରେ ଆଖି ବୁଜିଲେ

by ସଞ୍ଜୟ ସ୍ୱାଇଁ
October 1, 2024
in NATIONAL NEWS, Sports
ଯୁବ କ୍ରିକେଟର ୨୮ ବର୍ଷରେ ଆଖି ବୁଜିଲେ
145
VIEWS
Share on FacebookShare on Twitter

ବେଙ୍ଗଲ, (ବାଘୁଆବାର୍ତ୍ତା): କ୍ରିକେଟ ଜଗତକୁ ସ୍ତବ୍ଧ କରିଛି ଗୋଟିଏ ଦୁଃଖଦ ଖବର। ୨୮ ବର୍ଷ ବୟସରେ ଜଣେ ଯୁବ କ୍ରିକେଟର ହଠାତ ମୃତ୍ୟୁ ହୋଇଛି। ବେଙ୍ଗଲ ପାଇଁ କ୍ରିକେଟ ଖେଳୁଥିବା ଆସିଫ ହୁସେନ ସୋମବାର ରାତିରେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। କ୍ରିକେଟକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ହେଲେ ତାଙ୍କ ଅକାଳ ବିୟୋଗ ସହ ସେସବୁ ସ୍ୱପ୍ନ ହୋଇ ରହିଯାଇଛି। ରିପୋର୍ଟ ଅନୁସାରେ, ଘଟଣା ପୂର୍ବରୁ ଆସିଫ ବେଶ ସୁସ୍ଥ ରହିଥିଲେ। କିନ୍ତୁ ସୋମବାର ରାତିରେ ସେ ଘରର ପାହାଚ ଓହ୍ଲାଉଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ଜୋରରେ ତଳେ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଗୋଟିଏ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୁଣ୍ଡର ପଛ ପଟ ପାହାଚରେ ପିଟି ହୋଇଯାଇଥିବାରୁ ସେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବେଙ୍ଗଲ କ୍ରିକେଟ ପୂରା ସ୍ତବ୍ଧ ହୋଇଯାଇଛି। ବେଙ୍ଗଲ ଟିମକୁ ବିଭିନ୍ନ ବୟସ ବର୍ଗରେ ପ୍ରତିନିଧିତ୍ୱ କରି ଆସିଫ ସଫଳତା ପାଇଥିଲେ। ସେ ବେଙ୍ଗଲର ସିନିୟର ଟିମରେ ସ୍ଥାନ ପାଇବାକୁ ମଧ୍ୟ ଦାବିଦାର ଥିଲେ। ନିକଟରେ ଶେଷ ହୋଇଥିବା ବେଙ୍ଗଏ ଟି-୨୯ ଲିଗର ଗୋଟିଏ ମ୍ୟାଚ୍‌ରେ ସେ ୯୯ ରନର ଇନିଂସ ଖେଳି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ତାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଚକିତ କରିଥିବା ବେଳେ ଆଜି ବେଙ୍ଗଲ ସିନିୟର ଟିମ ନିଜର ଅଭ୍ୟାସ ସେସନ୍ସ ପୂର୍ବରୁ ଆସିଫଙ୍କ ପାଇଁ ଗୋଟିଏ ମିନିଟର ନୀରବ ପ୍ରାର୍ଥନା କରିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!