Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅପହୃତା ଝିଅର ତଦନ୍ତ କରିବାକୁ ଯାଇ ମାଡ଼ ଖାଇଲେ ପୁଲିସ

by ସଞ୍ଜୟ ସ୍ୱାଇଁ
October 11, 2024
in Crime, State
ଅପହୃତା ଝିଅର ତଦନ୍ତ କରିବାକୁ ଯାଇ ମାଡ଼ ଖାଇଲେ ପୁଲିସ
46
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ‘‘ମୋତେ ଅପହରଣ କରି ରଖିଛନ୍ତି, ୫ ଲକ୍ଷ ଟଙ୍କା ନ ଦେଲେ ସେମାନେ ମୋତେ ମାରିଦେବେ। ଟଙ୍କା ଦେଇ ମୋତେ ନେଇ ଯାଅ ବୋଲି ଅପହରଣର ହେବାର ୨ ଦିନ ପରେ ଫୋନ୍ କରି ପରିବାର ଲୋକଙ୍କୁ କହିଥିଲା ଝିଅ।” ନାବାଳିକାଙ୍କ କଥା ଶୁଣିବା ପରେ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ ବାପା। ନାବାଳିକାଙ୍କୁ ଉଦ୍ଧାର ପାଇଁ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲା ପୁଲିସ। ନାବାଳିକାଙ୍କୁ ଉଦ୍ଧାର କରିବା ବେଳେ ପୁଲିସକୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଅଭିଯୁକ୍ତଙ୍କ ପରିବାର ଲୋକେ। ଆକ୍ରମଣକାରୀଙ୍କ ଆକ୍ରମଣରେ ୭ ଜଣ ପୁଲିସ ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଅଞ୍ଚଳରେ। ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତ ମନୋଜ ସାମଲଙ୍କ ସହ ଆକ୍ରମଣ କାରୀଙ୍କୁ ଧରିବାକୁ ଖୋଡ଼ତାଡ଼ ଆରମ୍ଭ କରିଛି। ଗତ ୫ ତାରିଖରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଥିଲା ମନୋଜ। ଅପହରଣ ପରେ ନାବାଳିକାଙ୍କୁ ନିଜ ଘର ବଡ଼ଚଣାରେ ରଖିଥିଲା। ପରିବାର ଲୋକେ ଝିଅକୁ ନପାଇ ଚାରିଆଡେ ଖୋଜାଖୋଜି କରିଥିଲେ,ହେଲେ ପାଇ ନଥିଲେ। ୭ ତାରିଖରେ ଅପହରଣ ହୋଇଥିବା ଝିଅ ପରିବାର ଲୋକଙ୍କୁ ଫୋନ୍ କରିଥିଲା। ‘ମୋତେ ଅପହରଣ କରି ରଖିଛନ୍ତି, ୫ ଲକ୍ଷ ଟଙ୍କା ନ ଦେଲେ ସେମାନେ ମୋତେ ମାରିଦେବେ। ଟଙ୍କା ଦେଇ ମୋତେ ନେଇ ଯାଅ ବୋଲି କହିଥିଲା। ନାବାଳିକାଙ୍କ ବାପା ଘଟଣାସଂପର୍କରେ ଡେଲାଙ୍ଗ ପୁଲିସକୁ ଜଣାଇଥିଲେ। ଡେଲାଙ୍ଗ ପୁଲିସ ଘଟଣା ସଂପର୍କରେ ବଡ଼ଚଣା ପୁଲିସକୁ ଅବଗତ କରାଇଥିଲା। ପରେ ପୁଲିସ ନାବାଳିକାକୁ ଉଦ୍ଧାର କରିବା ପାଇଁ ଜାଲ ବିଛାଇଥିଲା। ୯ ତାରିଖ ରାତିରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ଜଣ ପୁଲିସ ଓ ବଡ଼ଚଣା ଥାନାର ୩ ପୁଲିସ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ। ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବା ସହ ମୋନଜକୁ ଗିରଫ କରିବାକୁ ପୁଲିସ ଚେଷ୍ଟା କରିଥିଲେ। ଏହି ସମୟରେ ମନୋଜଙ୍କ ପରିବାର ଲୋକେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଲିସ ନାବାଳିକାଙ୍କୁ ଉଦ୍ଧାର ନ କରି ସେଠାରୁ ପଳାଇ ଆସିଥିଲା। ଆକ୍ରମଣକାରୀଙ୍କ ଆକ୍ରମଣରେ ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡେଲାଙ୍ଗ ଆଇଆଇସିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବଡ଼ଚଣା ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମନୋଜଙ୍କ ସହ ଆକ୍ରମଣକାରୀଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!