Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଡ଼ିଓଙ୍କୁ ତାଲା ପକାଇଲେ ସାଂସଦଙ୍କ ପ୍ରତିନିଧି

by ସଞ୍ଜୟ ସ୍ୱାଇଁ
October 1, 2024
in State
ବିଡ଼ିଓଙ୍କୁ ତାଲା ପକାଇଲେ ସାଂସଦଙ୍କ ପ୍ରତିନିଧି
110
VIEWS
Share on FacebookShare on Twitter

ତେଲକୋଇ, (ବାଘୁଆବାର୍ତ୍ତା): ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସାଂସଦ ପ୍ରତିନିଧି ଓ ସେମାନଙ୍କର ସମର୍ଥକମାନେ ଉତ୍ତେଜିତ ହୋଇଛନ୍ତି। ନେତାଙ୍କ ସମର୍ଥକମାନେ ଜଣେ ବିଡିଓଙ୍କୁ ତାଲା ପକାଇ ଦେଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ତେଲକୋଇ ବ୍ଲକ ବିଡ଼ିଓ ଗୀତା ମୁର୍ମୁଙ୍କ ପାଖକୁ କୌଣସି କାମ ପାଇଁ ତେଲକୋଇ ବ୍ଲକ ସାଂସଦ ପ୍ରତିନିଧି ହରିହର ପ୍ରଧାନ ଓ ବିଜେପି କାର୍ଯ୍ୟକର୍ତ୍ତା ଯାଇଥିଲେ। ସେଠାରେ ବିଡିଓ ଓ ବିଜେପି କର୍ମୀଙ୍କ ମଧ୍ୟରେ କୌଣସି ପ୍ରସଙ୍ଗରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ହରିହର ପ୍ରଧାନ ଓ ବିଜେପି କର୍ମୀମାନେ ଶ୍ରୀମତୀ ମୁର୍ମୁଙ୍କୁ ତାଲା ପକାଇଲେ ଦେଇଥିଲେ।। ବିଜେପି କର୍ମୀଙ୍କ କହିବା ଅନୁସାରେ ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା ପାଇଁ ସାଂସଦ ପ୍ରତିନିଧି ଓ କେତେକ ଦଳୀୟ କାର୍ଯ୍ୟକର୍ତ୍ତା ଯାଇଥିଲେ। ତେବେ ବିଡ଼ିଓ କହିଥିଲେ, ଏତେ ଗହଳି ନ କରି ୨/୩ ଜଣ ଆଲୋଚନା କରନ୍ତୁ। ଅନ୍ୟପଟରେ ବିଡିଓ ଶ୍ରୀମତୀ ମୁର୍ମୁ କହିଛନ୍ତି, ହରିହର ପ୍ରଧାନ ଓ ସେମାନଙ୍କର ସମର୍ଥକମାନେ ଉତକ୍ଷିପ୍ତ ହୋଇ ତାଲା ପକାଇଥିଲେ। ଅନ୍ୟପକ୍ଷରେ ସାଂସଦଙ୍କ ପ୍ରତିନିଧି ହରିହର ପ୍ରଧାନ କହିଛନ୍ତି ଯେ ବିଡ଼ିଓଙ୍କ ନିକଟକୁ ଆଲୋଚନା ପାଇଁ ଯାଇଥିବା ବେଳେ ସେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଫଳରେ ତା’ର ପ୍ରତିବାଦରେ ଫାଟକ ନିକଟରେ ଧାରଣାରେ ବସିଛୁ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!