Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

by ସଞ୍ଜୟ ସ୍ୱାଇଁ
April 14, 2026
in Nayagarh
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ
109
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବଂଶୀଧର ସ୍ମୃତି ପରିଷଦ ତରଫରୁ ତଥା ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଫର ପିସ୍ ଆଣ୍ଡ ଡେଭଲପମେଣ୍ଟ ଆନୁକୂଲ୍ୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ମନୋଜ କୁମାର ସାହୁଙ୍କ ପରିଚାଳନାରେ ୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ, ବଂଶୀଧର ମହାବିଦ୍ୟାଳୟ ଠାରେ ସଭାପତି ବିଦୁଲତା ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଭାପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବଂଶୀଧର ସାହୁଙ୍କ ସାହୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରା ଯାଇଥିଲା।ହନୁମାନ ଚାଳିଶା ସୁଜାତା ସାହୁ ପାଠ କରିଥିଲେ। ଉମେଶ ଚନ୍ଦ୍ର ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ,ସଭା ସଂଯୋଜନା ଡ଼ ସୁକାନ୍ତି ମହାନ୍ତି କରିଥିଲେ।

ମୁଖ୍ୟ ଅତିଥି – ପ୍ରମୋଦ ପଟ୍ଟନାୟକ, ମୁଖ୍ୟ ବକ୍ତା -ନିରାକାର ସ୍ୱାଇଁ, ସମ୍ମାନିତ ଅତିଥି – ରୀନବାଳା ସାହୁ ଓ ବିଦେଶୀ ନାୟକ ଯୋଗ ଦେଇ ବଂଶୀଧର ସାହୁଙ୍କ ଉପରେ ଓଜୋସ୍ଵିନୀ ଭାଷଣ ଦେବା ସହ କବି କାବ୍ୟ ଓ କବିତା ବିଷୟରେ ଆଲୋଚନା କରିଥିଲେ। ଆମ୍ବେଦକର ଙ୍କ କାର୍ଯ୍ୟ କଳାପ ତଥା ହନୁମାନଙ୍କ ଉପରେ ମଧ୍ୟ ଆଲୋକ ପାତ୍ କରିଥିଲେ।ବିଦେଶୀ ନାୟକ – ବଂଶୀଧର ସ୍ମୃତି ସାରସ୍ଵତ ସମ୍ମାନ-୨୦୨୬ ନୀଳିମା ନନ୍ଦ – ବଂଶୀଧର ସ୍ମୃତି ସାହିତ୍ୟ ସମ୍ମାନ -୨୦୨୬ ଗୋପୀନାଥ ପରିଡ଼ା – ବଂଶୀ ଧର ସ୍ମୃତି ଯୁବ ସାହିତ୍ୟ ସମ୍ମାନ ୨୦୨୬ ଅରୁଣ କୁମାର ସାହୁ – ବଂଶୀଧର ସ୍ମୃତି ପତ୍ରକାର ସମ୍ମାନ ୨୦୨୬ ରବୀନ୍ଦ୍ର ରାଉତ-  ବଂଶୀଧର ସ୍ମୃତି ଗୌରବ ସମ୍ମାନ ୨୦୨୬ ଙ୍କୁ ପ୍ରଦାନ କରା ଯାଇଥିଲା।ରଙ୍ଗନାଥ ବେହେରା, କିଶୋର ସାହୁ, ସୁଜାତା ସାହୁ, ଶେଖ୍ ଅବଦୁଲ ଖାଲିକ୍, ନିର୍ମଳଚନ୍ଦ୍ର ଶୂରଦେଓ , ଗୋଲକ ବିହାରୀ ନାଏକ, ଦେବେନ୍ଦ୍ର ନାଥ ପରମ ଗୁରୁ, ଅନିତା ସ୍ୱାଇଁ, ମମତା ମଞ୍ଜରୀ ଦେବୀ, ମାଗୁଣି ଖଣ୍ଡା, ଡ଼ ସୁକାନ୍ତି ମହାନ୍ତି ଇତ୍ଯାଦି ୬୦ ଜଣ କବି ସ୍ଵ ସ୍ୱ କବିତା  ପାଠ କରି ଥିଲେ।ହରପ୍ରିୟା ଦ୍ୱିବେଦୀ ଓ କ୍ଷଣପ୍ରଭା କର କବିତା ଗୁଡ଼ିକ ସଂଯୋଜନା କରିଥିଲେ। ସର୍ବଶେଷରେ ଡ଼. ସୁକାନ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସାଙ୍ଗ କରା ଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!