Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଷ୍କର୍ମ ଅଭିଯୁକ୍ତକୁ ପିଟିପିଟି ମାରି ଦେଲେ

by ସଞ୍ଜୟ ସ୍ୱାଇଁ
October 7, 2024
in Crime, NATIONAL NEWS
ଦୁଷ୍କର୍ମ ଅଭିଯୁକ୍ତକୁ ପିଟିପିଟି ମାରି ଦେଲେ
101
VIEWS
Share on FacebookShare on Twitter

ପଶ୍ଚିମବଙ୍ଗ, (ବାଘୁଆବାର୍ତ୍ତା): ଫଇସଲା ଅନ୍‌ ଦି ସ୍ପଟ୍‌। ଦୁଷ୍କର୍ମ ଅଭିଯୁକ୍ତକୁ ବିଚ୍‌ ରାସ୍ତାରେ ଦିଆଗଲା ଦଣ୍ଡ। ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତକୁ ପିଟିପିଟି ମାରି ଦେଲେ ଗାଁ ଲୋକେ। ପଶ୍ଚିମବଙ୍ଗର ମିଦନାପୁରରେ ଘଟିଛି ଏଭଳି କିଛି ଘଟଣା। ଜଣେ ଦୁଷ୍କର୍ମ ଅଭିଯୁକଙ୍କୁ ମିଦନାପୁର ସ୍ଥିତ ଏକ ଗାଁର ଲୋକେ ପିଟି ହତ୍ୟା କରି ଦେଇଛନ୍ତି। ମୃତ ମହିଳାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ ଅକ୍ଟୋବର ୪ରେ ପୀଡିତା ତାଙ୍କ ଘର ପଛରେ ଥିବା ଚାଷ ଜମିକୁ ଗାଈ ଓ ଛେଳି ଚରାଇବାକୁ ଯାଇଥିଲେ। ସେଠାରୁ ତାଙ୍କୁ କିଛି ଲୋକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ପରେ ପରିବାର ଲୋକ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚାଷ ଜମିରୁ ଉଦ୍ଧାର କରିଥିଲେ। ସେତେବେଳେ ସେ ଉଲଗ୍ନ ଅବସ୍ଥାରେ ପଡି ରହିଥିଲେ। ମହିଳା ଜଣଙ୍କୁ ବିଷ ଦିଆ ଯାଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ରବିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା। ଗାଁରେ ହିଂସା ସ୍ଥିତି ଉପୁଜିଥିଲା। ଗାଁ ଲୋକେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ ତାଙ୍କୁ କାବୁ କରିଥିଲେ। ତା’ପରେ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ରାସ୍ତା ଉପରେ ଯିଏ ପାରିଲା ସିଏ ଲାତ ଗୋଇଠା ବର୍ଷା କରିଥିଲେ। ଏହି ମାର୍‌ପିଟ୍‌ ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଡିଓରେ ଦେଖିବାକୁ ମିଳିଛି ଯେ, ଉକ୍ତ ବ୍ୟକ୍ତି ଜଣକ ରାସ୍ତାରେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ପଡ଼ିଛନ୍ତି। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ବାଉଁଶ ଓ ଠେଙ୍ଗା ଆଦିରେ ମାଡ଼ ମାରୁଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ପୁଲିସ ସୂଚନା ପାଇ ଗାଁରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତଙ୍କୁ ପ୍ରାୟ ଏକ ଘଣ୍ଟା ଧରି ମାଡ଼ ମରାଯାଇଥିଲା। ଏହାପରେ ପୁଲିସ ଅଭିଯୁକ୍ତ ଜଣକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏଗରା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!