ବାଲେଶ୍ୱର, (ବାଘୁଆବାର୍ତ୍ତା): ରାସ୍ତା ଉପରେ ପଡ଼ିଛି ଅର୍ଦ୍ଧଦଗ୍ଧ କଟାମୁଣ୍ଡ। ତେବ ଏହେ କଟାମୁଣ୍ଡଟି କାହାର ଜଣାପଡ଼ି ନାହିଁ। ବାଲେଶ୍ୱର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଅର୍ଦ୍ଧଦଗ୍ଧ କଟାମୁଣ୍ଡ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମାଂସ ପେଣ୍ଡୁଳାଟି ଅଧା ପୋଡ଼ି ଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ କଟାମୁଣ୍ଡକୁ ଜବତ କରିଛି। ତେବେ କଟା ମୁଣ୍ଡଟି କାହାର ଜଣାପଡ଼ିନାହିଁ। କଟା ମୁଣ୍ଡଟି ଛୋଟ ପିଲାର ବୋଲି ଅନୁମାନ କରାଯାଉଛି।ତେବେ କେଉଁ ପରିସ୍ଥିତିରେ ଏକ ଶିଶୁର କଟାମୁଣ୍ଡ ସେଠାକୁ ଆସିଲା ତାହା ଜଣା ପଡ଼ି ନାହିଁ। ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।





