Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଚତୁର୍ଥ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
October 13, 2024
in Crime, NATIONAL NEWS
ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଚତୁର୍ଥ ଅଭିଯୁକ୍ତ ଗିରଫ
160
VIEWS
Share on FacebookShare on Twitter

ଜଲନ୍ଧର, (ବାଘୁଆବାର୍ତ୍ତା): ବାବା ସିଦ୍ଦିକୀ ହତ୍ୟାକାଣ୍ଡରେ ପୋଲିସକୁ ଆଉ ଏକ ସଫଳତା ମିଳିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଚତୁର୍ଥ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ବାବା ସିଦ୍ଦିକୀ ମର୍ଡର କେସର ଚତୁର୍ଥ ଅଭିଯୁକ୍ତ ଜୀଶାନ ଅଖ୍ତରକୁ ଜଲନ୍ଧରରୁ ଗିରଫ କରାଯାଇଛି। ଜୀଶାନ ଜଲନ୍ଧରର ବାସିନ୍ଦା ବୋଲି କୁହାଯାଉଛି। ୨୦୨୨ରେ ଜୀଶାନ ଗିରଫ ହେବା ପରେ ଜେଲ ଯାଇଥିଲା। ପଟିୟାଲା ଜେଲରେ ତାର ସମ୍ପର୍କ ଲରେନ୍ସ ଗ୍ୟାଙ୍ଗ ସହିତ ହୋଇଥିଲା। ଏହା ପରେ ସେ ଜେଲରୁ ମୁକୁଳି ମୁମ୍ବାଇ ଚାଲିଯାଇଥିଲା। ଜଲନ୍ଧରର ନକୋଦର ଅଞ୍ଚଳର ଶକର ଗାଁରେ ଜୀଶାନ ଅଖ୍ତରର ଘର। କୁହାଯାଉଛି ଜଲନ୍ଧର ପୋଲିସ ତାକୁ ୨୦୨୨ ମସିହାରେ ହତ୍ୟା ଓ ଡକୈତୀ ମାମଲାରେ ଗିରଫ କରିଥିଲା। ପୋଲିସ ସୂଚନା ଅନୁସାରେ ଜୁନ ୭ ତାରିଖରେ ଜୀଶାନ ଜେଲରୁ ମୁକୁଳି ପ୍ରଥମେ ଗୁରମେଲକୁ ଭେଟିବା ପାଇଁ ହରିୟାଣାର କୈଥଲ ଯାଇଥିଲା। ଏହା ପରେ ସେ ମୁମ୍ବାଇ ଚାଲି ଯାଇଥିଲା। ପୋଲିସ ସୂଚନା ଅନୁସାରେ ସମସ୍ତ ଅଭିଯୁକ୍ତ ମୁମ୍ବାଇରେ ଏକାଠି ରହୁଥିଲେ। ବାବା ସିଦ୍ଦିକୀ ହତ୍ୟାକାଣ୍ଡରେ ଜୀଶାନ ୩ ସୁଟରଙ୍କୁ ନିର୍ଦ୍ଦେଶ ଦେଉଥିଲା ଓ ଏଥି ପାଇଁ ସେ ମୁମ୍ବାଇରେ ଘରଭଡ଼ା ସହିତ ସମସ୍ତ ଲଜିଷ୍ଟିକ ସପୋର୍ଟ ମଧ୍ୟ ଯୋଗାଡ କରିଥିଲା। ଜୀଶାନ ଅଖ୍ତରର ବୟସ ମାତ୍ର ୨୧ ବର୍ଷ, ତେବେ ସେ ଏତେ ଚତୁର ଥିଲା ଯେ ବିଦେଶୀ ନମ୍ବରରେ ହ୍ୱାଟସଆପ ଚଳାଇ ୨୦୨୨ ମସିହାରେ ପୋଲିସ ଦ୍ୱାରା ଗିରଫ ହୋଇଥିଲା। ଜୀଶାନ ଗାଁ ସରକାରୀ ସ୍କୁଲରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି। ଅଭିଯୁକ୍ତର ପିତା ମହମ୍ମଦ ଜମିଲ ଟାଇଲ ଠିକାଦାର କାମ କରନ୍ତି। ଜୀଶାନର ଭାଇ ମଧ୍ୟ ତା ବାପାଙ୍କ ସହ କାମ କରେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!