Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହେଜବୁଲ୍ଲା ମୁଖ୍ୟ କମାଣ୍ଡର ନିପାତ

by ସଞ୍ଜୟ ସ୍ୱାଇଁ
October 8, 2024
in NATIONAL NEWS, WORLD
ହେଜବୁଲ୍ଲା ମୁଖ୍ୟ କମାଣ୍ଡର ନିପାତ
106
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ହେଜବୁଲ୍ଲା ଶକ୍ତିକୁ ଦୁର୍ବଳ କଲା ଇସ୍ରାଏଲ। ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ଏବଂ ତାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନଙ୍କ ପରେ ଏବେ ମୁଖ୍ୟ କାର‌୍ୟ୍ୟାଳୟର କମାଣ୍ଡରଙ୍କୁ ନିପାତ କରିଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ ସେନା ଏକ ଏକ୍ସ ପୋଷ୍ଟରେ କହିଛି ଯେ, ହେଜବୁଲ୍ଲା ମୁଖ୍ୟ କାର‌୍ୟ୍ୟାଳୟରେ ଥିବା କମାଣ୍ଡର ସୁହେଲ ହୁସେନ ହୁସେନୀ ସଫା ହୋଇଛି। ଗତକାଲି ବେରୁଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହୁସେନ ହୁସେନୀର ନିପାତ ହୋଇଛି। ତେବେ ଏନେଇ ହେଜବୁଲ୍ଲା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଗତକାଲି ଇସ୍ରାଏଲ-ହମାସ ଯୁଦ୍ଧକୁ ଗୋଟିଏ ବର୍ଷ ପୂରିଛି। ଏହି ଗୋଟିଏ ବର୍ଷ ମଧ୍ୟରେ ପାଲେଷ୍ଟାଇନ ଓ ଇସ୍ରାଏଲ ବିବାଦ ସମଗ୍ର ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଅକ୍ଟୋବର ୭ରେ ଇସ୍ରାଏଲ ପାଲେଷ୍ଟାଇନର ସମର୍ଥିତ ସଂଗଠନ ହମାସ ଇସ୍ରାଏଲ ଉପରେ କରିଥିବା ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୨୫୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ ହୋଇଥିଲେ। ଏହାପରେ ବନ୍ଧକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଲାଇଥିଲା ହମାସ। କିନ୍ତୁ ଇସ୍ରାଏଲ ଏହାର କଡ଼ାଗଣ୍ଡା ହିସାବ ନେଇଛି। କେବଳ ହମାସ ନୁହେଁ, ଏହାର ସମର୍ଥିତ ରାଷ୍ଟ୍ରଙ୍କୁ ମଧ୍ୟ ଜବାବ ଦେଇଛି। ଏହି କ୍ରମରେ ଇରାନର ସମର୍ଥିତ ସଂଗଠନ ହେଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗି ଦେଇଛି ଇସ୍ରାଏଲ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!