Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିଲାଙ୍କୁ ମିଳିଲାନି ୟୁନିଫର୍ମ, ଜୋତା, ଆନ୍ଦୋଳନ ଚେତାବନୀ ଦେଲା ଅଭିଭାବକ ସଂଘ

by ସଞ୍ଜୟ ସ୍ୱାଇଁ
October 19, 2024
in Education, State
ପିଲାଙ୍କୁ ମିଳିଲାନି ୟୁନିଫର୍ମ, ଜୋତା, ଆନ୍ଦୋଳନ ଚେତାବନୀ ଦେଲା ଅଭିଭାବକ ସଂଘ
95
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶିକ୍ଷାବର୍ଷ ଅଧା ହେଲାଣି। ହେଲେ ଏଯାଏ ପିଲାଙ୍କୁ ମିଳିଲା ନାହିଁ ସ୍କୁଲ ୟୁନିଫର୍ମ ଓ ଜୋତା। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ଓଡ଼ିଶା ଅଭିଭାବକ ମହାସଂଘ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି, ଜୁନ ୧୭ରୁ ଆସି ଅକ୍ଟୋବର ମାସ ସରିବାକୁ ବସିଲାଣି। ଶିକ୍ଷାବର୍ଷର ଅଧା ସମୟ ସାରି ପିଲାମାନେ ଏବର୍ଷର ମାଧ୍ୟମିକ ପରୀକ୍ଷା ଦେଇ ସାରିଲେଣି। ଚିରା ଫଟା ପୋଷାକ ପିନ୍ଧି ସରକାରୀ ସ୍କୁଲରେ ପିଲାମାନେ ପାଠପଢ଼ିବାକୁ ଯାଉଛନ୍ତି। ତେଣୁ ସରକାର ତୁରନ୍ତ ପିଲାଙ୍କୁ ଜୋତା ଓ ୟୁନିଫର୍ମ ଦିଅନ୍ତୁ ବୋଲି ସଂଘ ଦାବି କରିଛି। ସଂଘର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି, ବିଭାଗ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପୋଷାକ ଯୋଗାଣ ପାଇଁ ଚିଠି ଲେଖି ବସି ପଡ଼ିଛି। ଏପର୍ଯ୍ୟନ୍ତ କୌଣସି ତତ୍ପରତା ପ୍ରକାଶ ପାଇନି। ଶିକ୍ଷକଙ୍କୁ କାର୍ଯ୍ୟବ୍ୟସ୍ତ ଓ ଦାୟିତ୍ୱରୁ ମୁକ୍ତକରି ସ୍ବୟଂ ସହାୟକ ଗୋଷ୍ଠୀକୁ ଏ ସଂକ୍ରାନ୍ତରେ ସାମିଲ ପାଇଁ ନିଷ୍ପତ୍ତି ହେଲା। ମାତ୍ର ପୋଷାକ ମିଳିବାକୁ ୫ମାସ ଲାଗିଲାଣି। ପ୍ରାୟତଃ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ଅଭିଭାବକ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଥାଆନ୍ତି। ତେଣୁ ପିଲାଙ୍କୁ ପାଠ ପ୍ରତି ଆକର୍ଷିତ କରିବା ଓ ବେସରକାରୀ ସ୍କୁଲ ପିଲାଙ୍କ ଭଳି ସେମାନଙ୍କୁ ସୁବିଧା ପ୍ରଦାନ ପାଇଁ ଯୋଜନା ହୋଇଥିଲା। ସରକାରୀ ତହବିଲ୍‌ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ, କିନ୍ତୁ ପିଲାଙ୍କୁ ଠିକ୍‌ ସମୟରେ ଡ୍ରେସ୍‌ ଦିଆଯିବନି କାହିଁକି? ବର୍ଷ ଶେଷକୁ ଦେଲେ କ’ଣ ଲାଭ ହେବ? ଯଦି ୧୫ ଦିନ ଭିତରେ ପିଲାଙ୍କୁ ଡ୍ରେସ ଓ ଜୋତା ଦିଆ ନ ଯାଏ, ତେବେ ମହାସଂଘ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ବିଷୋୟୀ କହିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!