Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳା ପଟି, ଆଇନ ଆଉ ଅନ୍ଧ ନୁହେଁ

by ସଞ୍ଜୟ ସ୍ୱାଇଁ
October 16, 2024
in NATIONAL NEWS
ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳା ପଟି, ଆଇନ ଆଉ ଅନ୍ଧ ନୁହେଁ
275
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏହି ବାର୍ତ୍ତା ଏଣିକି ଲୋକଙ୍କ ପାଖରେ ପହଞ୍ଚିବ। ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ। କାରଣ କୋର୍ଟରେ ରହୁଥିବା ନ୍ୟାୟ ଦେବୀଙ୍କ ଆଖିରେ ଲାଗିଥିବା କଳା ପଟିକୁ ହଟାଇ ଦିଆଯାଇଛି। ପୂର୍ବରୁ ନ୍ୟାୟଦେବୀ ହାତରେ ଖଣ୍ଡା ଧରିଥିବା ବେଳେ ଏବେ ସମ୍ବିଧାନ ଧରିଛନ୍ତି। ନ୍ୟାୟ ଦେବୀଙ୍କ ଏପରି ପରବର୍ତ୍ତୀ ଷ୍ଟାଚ୍ୟୁ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଲାଇବ୍ରେରୀରେ ଲାଗିଛି। ଏହାର ପ୍ରଥମ ଝଲକ ପଦାକୁ ଆସିଛି। ଭାରତୀୟ ନ୍ୟାୟ ଦେବୀଙ୍କୁ ନୂଆ ରୂପ ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ସ୍ୱରୂପକୁ ବଦଳା ଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ। କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ନ୍ୟାୟ ପ୍ରଦାନ କରିଥାନ୍ତି। ସେହିପରି ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ ମଧ୍ୟ କାଢ଼ିବାକୁ ସେ କହିଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ନୂଆ ପ୍ରତିମୂର୍ତ୍ତି ତିଆରି କରାଯାଇଛି। ନ୍ୟାୟଦେବୀ ପୂର୍ବରୁ ବାମ ହାତରେ ନ୍ୟାୟ ତରାଜୁ ଧରିଥିଲେ। ଡାହାଣ ହାତରେ ଖଣ୍ଡା ଧରିଥିଲେ। ତାଙ୍କ ଆଖିରେ କଳା ପଟି ବନ୍ଧା ଯାଇଥିଲା। ହେଲେ ଏହାକୁ ବଦଳା ଯାଇଛି। ନ୍ୟାୟ ଦେବୀ ବାମ ହାତରେ ସମ୍ବିଧାନ ଧରିଛନ୍ତି। ଡାହାଣ ହାତରେ ନ୍ୟାୟର ତରାଜୁ ରହିଛି। କିନ୍ତୁ ପୂର୍ବଭଳି ଆଖିରେ କଳାପଟି ନାହିଁ। କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ନ୍ୟାୟ ଦେବୀଙ୍କ ଆଖିରେ କଳା ପଟି ବନ୍ଧା ଯାଇ ସମସ୍ତେ ନ୍ୟାୟପାଳିକା ଆଗରେ ସମାନ ବୋଲି ବାର୍ତ୍ତା ଦିଆଯାଉଥିଲା। ନ୍ୟାୟ ଦେବୀ ଧନୀ, ଗରିବ କିମ୍ବା କ୍ଷମତାଶାଳୀ ବ୍ୟକ୍ତିଙ୍କୁ ଦେଖନ୍ତି ନାହିଁ। ଖଣ୍ଡାକୁ ସର୍ବୋଚ୍ଚ ଅଧିକାରୀର କ୍ଷମତା ଓ ଅନ୍ୟାୟ ବିରୋଧରେ ଦଣ୍ଡ ଦେବାକୁ ସୂଚାଉ ଥିଲା। ହେଲେ ଏହା ବ୍ରିଟିଶ ମାନସିକତା ବୋଲି ସିଜେଆଇ ହୃଦୟଙ୍ଗମ କରି ଏହାକୁ ବଦଳାଇବାକୁ କହିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!