ନୟାଗଡ଼, (ବାଘୁଆବାର୍ତ୍ତା): ଢେଙ୍କାନାଳର ନୀହଲପ୍ରସାଦ ଥାନା ଅଂଚଳରେ ଘଟିଥିବା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଏବେ ପଦାକୁ ଆସିଛି । ଜଣେ ମାନସିକ ଭିନ୍ନକ୍ଷମ ତଥା ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବାବେଳେ ସେ ପାଞ୍ଚ ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପିଡ଼ିତାର ପରିବାର ନିହଲ ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି । ଫଳରେ ନିହଲ ପ୍ରସାଦ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି । ଏହି ମାନସିକ ଭିନ୍ନକ୍ଷମ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ନୀହଲପ୍ରସାଦ ପୁଲିସ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଛି । ପିଡିତା ମହିଳାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ଗତ ୧୩ବର୍ଷ ପୂର୍ବେ ସେ ଯାଜପୁର ଜିଲ୍ଲାରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ମଧ୍ୟ ଥିବା ଜଣାପଡ଼ିଛି । ତେବେ ସେ ମାନସିକ ଭାବେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କ ସ୍ୱାମୀ ତାଙ୍କ ପୁଅ ପାଖାପାଖି ଦେଢ଼ବର୍ଷ ହେଲା ଛାଡ଼ି ଦେଇଛନ୍ତି । ଫଳରେ ଏହି ପୀଡିତା ମହିଳା ମାନସିକ ରୋଗ କାରଣରୁ ଏଣେ ତେଣେ ବୁଲୁଥିଲେ । ବାପଘର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ମହିଳାଙ୍କୁ ଆଣି ଗତ ଦେଢ଼ ବର୍ଷହେଲା ଘରେ ରଖିଥିଲେ । ହେଲେ ମାନସିକ ଭିନ୍ନକ୍ଷମ ଅସହାୟତାର ସୁଯୋଗ ନେଇ କେହି କାମୁକ ତାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।





