ବାରଙ୍ଗ, (ବାଘୁଆବାର୍ତ୍ତା): ବାୟୋଡାଟା ନେଲେ, ହୋଟେଲକୁ ଡାକି ସାକ୍ଷାତକାର ବି ନେଲେ , ଶେଷରେ ଫେକ୍ ଅଫ୍ର ଲେଟର ପ୍ରିଣ୍ଟ କରି ଠକିନେଲେ । ଏମିତି ଏକାଧିକ ଲୋକଙ୍କୁ ଠକିଛନ୍ତି ବିଏମ୍ସିର ପୂର୍ବତନ ସାନିଟେସନ ଇନ୍ସପେକ୍ଟର । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ପଦାରେ ପଡିଲା ବିଏମ୍ସିର ପୂର୍ବତନ ସାନିଟେସନ ଇନ୍ସପେକ୍ଟରଙ୍କ କଳା କାରନାମା । ଆଇ କାର୍ଡ ଦେଖାଇ ଚାକିରି ଦେବା ଆଳରେ ଲୋକଙ୍କୁ ଠକିଲେ ଟଙ୍କା । ଏମସିସି ପ୍ଲାଣ୍ଟ ସୁପର୍ ଭାଇଜର ଏବଂ ପ୍ଲାଣ୍ଟ କୋର୍ଡିନେଟର ପୋଷ୍ଟ ପାଇଁ ଲୋକଙ୍କ ଠାରୁ ଠକିଥିଲେ ଲକ୍ଷାଧିକ ଟଙ୍କା। ଶେଷରେ ଆଜିକାଲି କହି ଧରା ଦେଉନଥିବା ଠକକୁ ପିଛା କରି ଯୁବକମାନେ କାବୁ କରିଲେ । ଆଉ ପୋଲିସ ଜିମାରେ ଦେଇଛନ୍ତି । ନିର୍ଦ୍ଧାରିତ ତାରିଖରେ ଟଙ୍କା ଫେରସ୍ତ ପାଇଁ ଥାନାରେ ବୁଝମଣା ପତ୍ର ସ୍ୱାକ୍ଷାର ପରେ ବି ଭୁଆଁ ବୁଲାଉଛି ଠକ । ତେବେ ବିଏମ୍ସି ନାମରେ କିପରି ଏକାଧିକ ଲୋକଙ୍କୁ ଠକେଇ କରିଥିବା ବ୍ୟକ୍ତିଙ୍କ ବିଷୟରେ କିପରି ଜାଣିପାରିଲେ ନାହିଁ ଉପରିସ୍ଥ ଅଧିକାରୀ । ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ।





