Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୮ ବର୍ଷ ଧରି ଏନ୍‌ଆଇବି ନାଁରେ ଠକେଇ

by ସଞ୍ଜୟ ସ୍ୱାଇଁ
January 19, 2025
in Crime, State
୮ ବର୍ଷ ଧରି ଏନ୍‌ଆଇବି ନାଁରେ ଠକେଇ
83
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ଏନ୍‌ଆଇବି) ନାଁରେ ଜାଲ୍ ଗୋଇନ୍ଦା ବିଭାଗ ଖୋଲି ବଲାଙ୍ଗୀର ସମେତ ଆନ୍ତଃ ରାଜ୍ୟ ସ୍ତରରେ ସକ୍ରିୟ ଥିବା ଏକ ବଡ଼ଧରଣର ସାଇବର ଠକ ଦଳର ପର୍ଦ୍ଦାଫାଶ ଜିଲା ପୋଲିସ କରିଛି। ଏହି ମାମଲାରେ ପୋଲିସ ରାଜ୍ୟ ବାହାରୁ ମୁଖ୍ୟ ଅଭିଯୁକ୍ତ ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ମଙ୍ଗଳାପୁରର ମାତୃ ପ୍ରସାଦ ସେଠୀ ଓରଫ୍ ସିଆର ନନ୍ଦ (୫୪) ଓ ସହ ଅଭିଯୁକ୍ତ କୋଲକାତା ରବୀନ୍ଦ୍ରନଗର ଥାନା ନିବାସୀ ଗୋପାଳ କୁମାର ସ (୩୫)ଙ୍କୁ ଗିରଫ କରିଛି। ବଲାଙ୍ଗୀର ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ କରି ୨୫ଟି କମ୍ପ୍ୟୁଟର ସିଷ୍ଟମ, ପ୍ରିଣ୍ଟର ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ନଗଦ ୨ ଲକ୍ଷ ୭ ହଜାର ଟଙ୍କା, ୧୨ଟି ମୋବାଇଲ ଫୋନ, ୮ଟି ସିମ୍‌କାର୍ଡ, ୨୪ଟି ବ୍ୟାଙ୍କ ପାସ୍‌ବୁକ୍ ଓ ଏଟିଏମ୍ କାର୍ଡ, ୧୫ଟି ଜାଲ୍ ଆଇଡି କାର୍ଡ, ପୋଲିସ ଗାଡ଼ିରେ ବ୍ୟବହୃତ ହେଉଥିବା ଏକ ହଳଦିଆ ବତି, ୪ଟି ଭଡ଼ା କାରକୁ ପୋଲିସ ଜବତ କରିଛି। ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରି ଶନିବାର ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ଏହି ଆନ୍ତଃ ରାଜ୍ୟ ସାଇବର ଠକ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି। ସହରରେ ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ଏନ୍‌ଆଇବି) ନଁାରେ ଏକ ଜାଲ୍ ଗୋଇନ୍ଦା ବିଭାଗ ଖୋଲି ବେକାର ଯୁବତୀଯୁବକଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପରେ ବଲାଙ୍ଗୀର ସାଇବର ଥାନାରେ ଏକ ମାମଲା (୧/୨୫) ରୁଜୁ କରାଯାଇଥିଲା। ବଲାଙ୍ଗୀର ଏସ୍‌ପି ଖିଲାରି ଆଡିସିନାଲ ଏସ୍‌ପି ହିମାଂଶୁ ବେହେରାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରି ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ୨୦୧୬ରୁ ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ନଁାରେ ୱେବ୍‌ସାଇଟ୍ ଖୋଲି ଓଡ଼ିଶା, ତେଲଙ୍ଗାନା, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ ସକ୍ରିୟ ରହିଥିବା ଏହି ସାଇବର ଠକ ଗ୍ୟାଙ୍ଗ୍ କିଛିବର୍ଷ ତଳେ ବଲାଙ୍ଗୀର ସହରର ଗୋକୁଳ ଧାମରେ ଏକ ହାଇଫାଇ ଅଫିସ ଖୋଲିଥିଲେ। ଏହି ଅଫିସରୁ ବିଭିନ୍ନ ଚାକିରି ଆଶାୟୀ ଯୁବତୀ, ଯୁବକଙ୍କୁ ଚାକିରି ଦେବା ନଁାରେ ଟାର୍ଗେଟ କରୁଥିଲେ। ସେମାନଙ୍କୁ ଏନ୍‌ଆଇବିରେ ଚାକିରି ଦେବା ନଁାରେ ଲକ୍ଷାଧିକ ଟଙ୍କା ଅସୁଲ କରୁଥିଲେ। ୱେବ୍ ସାଇଟ୍‌ରେ ଉପଲବ୍ଧ ବିଭିନ୍ନ ରାଜ୍ୟର ଏନ୍‌ଆଇବି ତଥ୍ୟ ଦେଖାଇ ଆଶାୟୀଙ୍କୁ ଏହା ଏକ ଠିକ୍ ସଂସ୍ଥା ବୋଲି ବିଶ୍ୱାସ ଜନ୍ମାଉ ଥିଲେ। ଏପରି କି କେତେଜଣ ଯୁବତୀଯୁବକଙ୍କୁ ଏନ୍‌ଆଇବିର ବିଭିନ୍ନ ବିଭାଗ ଅଧିକାରୀ ଭାବେ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ। ଯେଉଁମାନଙ୍କୁ ନିଯୁକ୍ତିପତ୍ର ଦେଇଥିଲେ ସେମାନଙ୍କୁ ଜାଲ ଆଇଡି କାର୍ଡ ମଧ୍ୟ ପ୍ରଦାନ କରିଥିଲେ। କଲିକତାରୁ ସମସ୍ତ ଆଇଡି କାର୍ଡ ତିଆରି କରୁଥିଲେ। ଏହାସହିତ ଏଫ୍‌ସିଆରଏ ଆକାଉଣ୍ଟ (ଫରେନ୍ କଣ୍ଟ୍ରିବ୍ୟୁଶନ୍ ରେଗୁଲେଶନ୍ ଆକ୍ଟ) ଖୋଲା ଯାଇଥିବା କଥା କହି ଏହି ଦୁଇ ଠକ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ଆକାଂକ୍ଷା ଟ୍ରଷ୍ଟ, ସ୍ବାଧୀନ ସଂକଳ୍ପ, ଅତୁଲ୍ୟ ଫାଉଣ୍ଡେଶନ, କୁବେର ମେମୋରିଆଲ୍ ଟ୍ରଷ୍ଟ, କଲ୍ୟାଣୀ ଫାଉଣ୍ଡେଶନ, ମାତୃମୟୀ ଫାଉଣ୍ଡେଶନ୍, ଓବାସା ଏବଂ ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋନାଁରେ ସାଇନ୍‌ବୋର୍ଡ ଲଗାଇ ବିଭିନ୍ନ ସ୍ଥାନରେ ଅଫିସ ମଧ୍ୟ ଖୋଲିଥିଲେ। ବଲାଙ୍ଗୀରର ଗୋକୁଳ ଧାମ୍, ଖଲିଆପାଲି ଓ ରାଜେନ୍ଦ୍ରପଡ଼ାଠାରେ ବିଭିନ୍ନ ଟ୍ରଷ୍ଟ ଓ ଏନ୍‌ଆଇବି ସାଇନବୋର୍ଡ ଲଗାଇ ଅଫିସ ଖୋଲିଥିଲେ। ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ବିଭିନ୍ନ ସାମଗ୍ରୀ, ସାଇନ୍‌ବୋର୍ଡ ଓ କମ୍ପ୍ୟୁଟର ସାମଗ୍ରୀ ସହ ଆନୁଷଙ୍ଗିକ ସାମଗ୍ରୀ ଜବତ କରିଛି। ଏହା ସହିତ ବିଭିନ୍ନ ଜିଲାର ଯୁବତୀ ଯୁବକଙ୍କ ଜାଲ୍ ଗୋଇନ୍ଦା ଅଫିସରଙ୍କ ଆଇଡି କାର୍ଡ, ଆଫିଡାଭିଟ୍‌୍ ଓ ନିଯୁକ୍ତିପତ୍ରକୁ ପୋଲିସ ଜବତ କରିଛି। ବଲାଙ୍ଗୀର ସମେତ ସୋନପୁର ଜିଲାରେ ମଧ୍ୟ ଏନ୍‌ଆଇବିର ଏକ ଜାଲ୍ ଅଫିସ ଖୋଲିଥିବା ଏସ୍‌ପି ଖିଲାରି ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଆଡିଶନାଲ ଏସ୍‌ପି ବେହେରା, ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ସାଇବର ଥାନାଧିକାରୀ ଭାରତୀ ନାଏକ, ଟାଉନ୍ ଥାନା ଆଇଆଇସି ଅବନୀ ସାହୁ, ଲକ୍ଷ୍ମୀଯୋର ଥାନାଧିକାରୀ ଅନିତା ପ୍ରଧାନ, ସାଇବର ଥାନା ଇନ୍ସପେକ୍ଟର ଦେବାଶିଷ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!