ଗୁଜୁରାଟ,(ବାଘୁଆବାର୍ତ୍ତା): ଗୁଜୁରାଟ ଅହମ୍ମଦାବାଦରେ ଥିବା ବିଶ୍ୱର ସବୁଠାରୁ ବଡ଼ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ତୃତୀୟ ଦିବାରାତ୍ର ଟେଷ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହୋଇଯାଇଛି । ତୃତୀୟ ଟେଷ୍ଟ ମ୍ୟାଚଟି ୫ ଦିନ ପରିବର୍ତ୍ତେ ୨ ଦିନରେ ଖେଳ ଶେଷ ହୋଇଛି । ତେବେ ତୃତୀୟ ଟେଷ୍ଟର ୨ୟ ଦିନରେ ଭାରତ ଦମଦାର ପ୍ରଦର୍ଶନ କରି ୧୦ ଟି ୱିକେଟରେ ବିଜୟୀ ହୋଇଛି । ତୃତୀୟ ଟେଷ୍ଟରେ ଭାରତ ବ୍ୟାଟିଂ ଓ ବୋଲିଂରେ ଭଲ କରିଥିବା ବେଳେ ରୋହିତ ଶର୍ମା (୬୬+୨୫) ରନ୍ କରିଥିବା ବେଳେ ବୋଲିଂରେ ଅକ୍ଷର ପଟେଲ(୬+୫) ଓ ରବିଚନ୍ଦ୍ର ଅଶ୍ୱିନ(୩+୪) ୱିକେଟ ନେଇଥିବା ଜଣାପଡିଛି । ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚଟି ଜିତିଥିବା ବେଳେ ଭାରତ ଲଗାତର ଦୁଇଥର ବଜୟୀ ହୋଇ ୨-୧ରେ ଆଗୁଆ ଥିବା ଜଣାପଡିଛି ।





