Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ ଡ୍ର:ଅନ୍ତିମ ବଲ ପର୍ଯ୍ୟନ୍ତ ସଂଘର୍ଷ

by ସଞ୍ଜୟ ସ୍ୱାଇଁ
November 29, 2021
in Sports
ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ ଡ୍ର:ଅନ୍ତିମ ବଲ ପର୍ଯ୍ୟନ୍ତ ସଂଘର୍ଷ
145
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ରୋମାଞ୍ଚକର ଟେଷ୍ଟ ମ୍ୟାଚ୍ । ଅନ୍ତିମ ବଲ ପର୍ଯ୍ୟନ୍ତ ସଂଘର୍ଷ କରିଛି ଦଳ । ସଂଘର୍ଷର ଫଳ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ ଡ୍ର ହୋଇଛି । କାନପୁରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସହ ଡ୍ର ହୋଇଛି। ବିଜୟର ଦ୍ଵାର ଦେଶରେ ଥିବା ଭାରତକୁ ଶେଷରେ ନିରାଶ ହେବାକୁ ପଡିଛି। ଫଳସ୍ଵରୂପ ହାତରେ ଗୋଟିଏ ଓ୍ଵିକେଟ୍ ଥାଇ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଡ୍ର କରାଇ ପାରିଛି। ନ୍ୟୁଜିଲାଣ୍ଡ ଅଳ୍ପକେରୁ ପରାଜୟରୁ ବର୍ତ୍ତି ଯାଇଛି। ସବୁଠୁ ବଡ କଥା ଭାରତକୁ ବିଜୟରୁ ବଞ୍ଚିତ କରାଇଛନ୍ତି ରଚିନ ରବୀନ୍ଦ୍ର ଓ ଏଜାଜ ପଟେଲ୍। କିନ୍ତୁ ବଡ ଭୂମିକା ନିଭାଇଛନ୍ତି ରଚିନ। ଏଠାରେ ପରାଜୟ ମିଳେ ଏବଂ ବିଜୟ ବ୍ୟତୀତ ଆଉ କିଛି ମିଳେ। ଡ୍ର ଅର୍ଥାତ ନା ତୁମେ ଜିତିବ ନା ଆମେ ହାରିବୁ। ଏହା ହେଉଛି ଟେଷ୍ଟ କ୍ରିକେଟ୍ର ସୁନ୍ଦରତା। ଡ୍ର କାହା ପାଇଁ ପରାଜୟ ପରି ହୋଇଥାଏ ତ ଆଉ କାହା ପାଇଁ ବିଜୟ ସଦୃଶ ହୋଇଥାଏ। ପାଞ୍ଚ ଦିନର ମୁକାବିଲା ଏବଂ ଶେଷ ବଲ୍ ପର୍ୟ୍ୟନ୍ତ ସଂଘର୍ଷ। ଏହି ଟେଷ୍ଟର ଅନ୍ତିମ କିଛି ସମୟ ବାମହାତୀ ବ୍ୟାଟସମ୍ୟାନ ରଚିନ ରବୀନ୍ଦ୍ର କ୍ରିଜରେ ଖୁଣ୍ଟ ପରି ଛିଡା ହୋଇଥିଲେ। ରବିଚନ୍ଦ୍ରନ ଅଶ୍ଵିନ ଓ ରବିନ୍ଦ୍ର ଜାଡେଜାଙ୍କ ଯୋଡି କମାଲ ବୋଲିଂ କରିଥିଲେ। ନ୍ୟୁଜିଲାଣ୍ଡର ଜଣେ ପରେ ଜଣେ ବ୍ୟାଟସମ୍ୟାନ ପାଭିଲିୟନ ଫେରିଥିଲେ। ସମୟ ସହିତ ଭାରତୀୟ ଦଳ ମଧ୍ୟ ଦୌଡୁଥିଲା। ସୂର୍ୟ୍ୟର ଲୁଚକାଳି ଖେଳ ମଧ୍ୟରେ ଭାରତୀୟ ବୋଲର ଓ୍ଵିକେଟ୍ ନେଇ ଚାଲିଥିଲେ। କୁହାଯାଏ ମ୍ୟାଚ୍ ଶେଷ ବଲ୍ ପର୍ୟ୍ୟନ୍ତ ସରେ ନାହିଁ। ତାହା ହିଁ ହେଲା। ଶେଷ ବଲ୍ ପର୍ୟ୍ୟନ୍ତ ଭାରତର ବିଜୟ ଆଶା ରହିଥିଲା। ମାତ୍ର ଯେମିତି ରବିନ୍ଦ୍ର ଜାଡେଜାଙ୍କ ବଲ୍କୁ ଏଜାଜ ପଟେଲ୍ ଡିଫେନ୍ସ କଲେ ଭାରତର ବିଜୟ ଆଶା ମଉଳି ଯାଇଥିଲା। ଆଉ ଭାରତକୁ ବିଜୟରୁ ବଞ୍ଚିତ କରିଥିଲେ ଦୁଇ ଭାରତୀୟ ଖେଳାଳି। ଅଶ୍ଵିନ ଓ ଜାଡେଜାଙ୍କ ଶାଣିତ ବୋଲିଂର ମୁକାବିଲା କରିପାରିନଥିଲେ କିଓ୍ଵି ବ୍ୟାଟସମ୍ୟାନ। କିନ୍ତୁ ରଚିନ ରବିନ୍ଦ୍ର କଡା ମୁକାବିଲା କରିଥିଲେ। ସେ ବ୍ୟାଟ୍ ଏବଂ ପ୍ୟାଡ୍କୁ ଏକ ସଙ୍ଗେ ରଖି ପ୍ରତିଟି ବଲ୍ର ମୁକାବିଲା କରିଥିଲେ। କୌଣସି ବଲ୍କୁ ସେ ଦୂରରୁ ଖେଳିନଥିଲେ। ସ୍ପିନକୁ ଭଲ ଭାବେ ଖେଳିବାର ଟେକନିକ୍ ଏମିତି ସେମିତି ଆସିନଥିଲା। ଏହା ପଛରେ ରହିଥିଲା ୧୦ ବର୍ଷର ପରିଶ୍ରମ। ରଚିନଙ୍କ ନାମକରଣ ରାହୁଲ ଦ୍ରାବିଡ ଏବଂ ସଚିନ ତେନ୍ଦୁଲକରଙ୍କ ନାମକୁ ନେଇ କରାଯାଇଛି। କ୍ରିକେଟ୍ ପାଗଳ ବାପା ରାହୁଲ ଏବଂ ସଚିନଙ୍କ ନାମକୁ ମିଶାଇ ପୁଅର ନାମ ରଚିନ ଦେଇଥିଲେ। ପୁଅ ଉପରେ ମଧ୍ୟ ବାପାଙ୍କ ସ୍ଵପ୍ନ ପୂରଣ କରିବାର ବଡ ଦାୟିତ୍ଵ ଥିଲା। କାନପୁର ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ମିଳିଲା। ସେ ପୁଣି ଭାରତ ବିପକ୍ଷରେ। ହେଲେ ଏହି ଖେଳାଳି ଦେଖାଇ ଦେଇଛନ୍ତି ଯେ, କେବଳ ଟେକନିକ ନୁହେଁ ବରଂ ମାନସିକ ରୂପରେ ସେ ମଜବୁତ। ସେ କ୍ରିଜରେ ଗୋଟିଏ ପଟେ ମ୍ୟାଚ୍କୁ ସମ୍ଭାଳିଥିଲେ। ୯୧ ବଲ୍ର ସାମ୍ନା କରିବା ସେ ପୁଣି ଶେଷ ଦିନରେ କୌଣସି ନିମ୍ନ କ୍ରମର ବ୍ୟାଟସମ୍ୟାନଙ୍କ ପାଇଁ ବହୁତ ବଡ କଥା ବୋଲି କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି। ଭିଭିଏସ ଲକ୍ଷ୍ମଣ ମ୍ୟାଚ୍ ପରେ କହିଛନ୍ତି, ରଚିନଙ୍କ ବାପା ବେଙ୍ଗାଲୁରୁର। ସେ ପ୍ରତି ବର୍ଷ ନିଜ ପୁଅଙ୍କୁ ନେଇ ବେଙ୍ଗାଲୁରୁ ଆସୁଥିଲେ। ୨୦୧୧ରୁ ସେ ନିୟମିତ ଭାରତ ଆସି ସ୍ପିନ ବୋଲିଂ ଖେଳିବାର ଅଭ୍ୟାସ୍ କରୁଥିଲେ। ଆଉ ଆଜି ତାର ଫଳ ପାଇଛନ୍ତି ରଚିନ ରବୀନ୍ଦ୍ର। ଅର୍ଥାତ ଆଜିର ଇନିଂସ ୧୦ ବର୍ଷ ପରିଶ୍ରମର ଅଂଶ ଥିଲା। ମ୍ୟାଚ୍ ପରେ ରବିଚନ୍ଦ୍ରନ ଅଶ୍ଵିନ ମଧ୍ୟ କହିଛନ୍ତି ଯେ, ଆଜିକାଲି ନିମ୍ନକ୍ରମର ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିବା ସେତେଟା ସହଜ ନୁହେଁ। ସେମାନେ ବହୁତ ଭଲ ପ୍ରସ୍ତୁତି କରି ଆସିଥାନ୍ତି। ରବୀନ୍ଦ୍ରଙ୍କୁ ଏଜାଜ ପଟେଲ୍ ଉତ୍ତମ ସହଯୋଗ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ୫୨ ବଲ୍ ଖେଳିଥିଲେ। ବିଶେଷ କରି ରଚିନ ୯୧ ବଲ୍ ଖେଳି ଭାରତ ହାତରୁ ନିଶ୍ଚିତ ବିଜୟ ଛଡାଇ ନେଇଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!