Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ୍:୩୨୭ ରନରେ ଭାରତ ଅଲଆଉଟ୍

by ସଞ୍ଜୟ ସ୍ୱାଇଁ
December 28, 2021
in Sports
ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ୍:୩୨୭ ରନରେ ଭାରତ ଅଲଆଉଟ୍
76
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଜବରଦସ୍ତ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ଦିବସରେ ଦୁର୍ବଳ ହୋଇଯାଇଛି । ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ମାତ୍ର ୫୫ରନ୍ କରି ୭ୱିକେଟ୍ ହରାଇଛି ଭାରତ । ଲୁଙ୍ଗି ଏନଗିଡି ଓ କାଗିସୋ ରବାଡାଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ପ୍ରଥମ ଇନିଂସରେ ୩୨୭ ରନ୍ କରି ଅଲଆଉଟ୍ ହୋଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା। ହେଲେ ଆଜି ୫୫ ରନରେ ଭାରତ ତା’ର ଶେଷ ୭ ୱିକେଟ୍ ହରାଇଛି। ଭାରତ ପକ୍ଷରୁ ଲୋକେଶ ରାହୁଲ୍ ୧୨୩ ଓ ଅଜିଙ୍କ୍ୟ ରାହାଣେ ୪୮ ରନ୍ କରି ଆଉଟ୍ ହୋଇଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା ଏନଗିଡି ୬ଟି ଓ ରବାଡା ୩ଟି ୱିକେଟ୍ ହାସଲ କରିଛନ୍ତି। ଦ୍ୱିତୀୟ ଦିବସ ଖେଳ ସମ୍ପୂର୍ଣ୍ଣ ଧୋଇଯିବା ପରେ ତୃତୀୟ ଦିବସରେ ପିଚ୍ ଆଶାନୁରୂପ ବୋଲିଂକୁ ସହାୟକ ହୋଇଥିଲା। ଦିବସ ଆରମ୍ଭରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ସଫଳତା ଦେଇଥିବା ରବାଡା। ରବାଡା ଶତକଧାରୀ ରାହୁଲଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରାହୁଲ ୨୬୦ ବଲର ସାମ୍ନା କରି ୧୭ ଚୌକା ଓ ୧ ଛକା ସହ ୧୨୩ ରନ୍ କରିଥିଲେ। ଅନ୍ୟତମ ସେଟ୍ ବ୍ୟାଟ୍ସମ୍ୟାନ୍ ରାହାଣେ (୪୮) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ରାହାଣେଙ୍କୁ ଏନଗିଡି ଆଉଟ୍ କରିଥିଲେ। ରାହୁଲ ଓ ରାହାଣେଙ୍କ ଆଉଟ୍ ପରେ ଭାରତର ୱିକେଟ୍ ତାସ ପତା ଭଳି ଭୁଶୁଡ଼ି ଯାଇଥିଲା। ଭାରତ ତା’ର ଶେଷ ୫ ୱିକେଟ୍ ମାତ୍ର ୩୬ ରନ୍ ଭିତରେ ହରାଇଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (୮), ରବିଚନ୍ଦ୍ରନ୍ ଅଶ୍ୱିନୀ (୪), ଶାର୍ଦ୍ଦୁଲ (୪), ମହମ୍ମଦ ଶାମି (୮) ଦୁଇଅଙ୍କ ଛୁଇଁପାରିନଥିଲେ। ଯଶପ୍ରୀତ ବୁମ୍ରା ୧୪ ରନର ଇନିଂସ୍ ଖେଳି ଭାରତକୁ ୩୨୭ ରନରେ ପହଞ୍ଚାଇଥିଲେ। ମହମ୍ମଦ ସିରାଜ୍ ୪ ରନ୍ କରି ଅପରାଜିତ ଥିଲେ। ଏହା ପୂର୍ବରୁ ମୟଙ୍କ ଅଗ୍ରୱାଲ୍ ୬୦ ଓ କ୍ୟାପଟେନ୍ ବିରାଟ୍ କୋହଲି ୩୫ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ଖାତା ଖୋଲିପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଗୋଟିଏ ୱିକେଟ୍ ନେଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!