Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍: ଭାରତ ୩୪୫ ରନରେ ଅଲଆଉଟ୍, ଦ୍ୱିତୀୟ ଦିନ ଖେଳ ସୁଦ୍ଧା ନ୍ୟୁଜିଲାଣ୍ଡ ୧୨୯/୦

by ସଞ୍ଜୟ ସ୍ୱାଇଁ
November 26, 2021
in Sports
ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍: ଭାରତ ୩୪୫ ରନରେ ଅଲଆଉଟ୍, ଦ୍ୱିତୀୟ ଦିନ ଖେଳ ସୁଦ୍ଧା ନ୍ୟୁଜିଲାଣ୍ଡ ୧୨୯/୦
38
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ର ଦ୍ୱିତୀୟ ଦିନରେ ଭାରତ ୩୪୫ ରନରେ ଅଲଆଉଟ୍ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିନା ୱିକେଟରେ ୧୨୯ ରନ କରିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଆଜି ଭାରତୀୟ ବୋଲରମାନେ ନିରାଶ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ଗୋଟିଏ ବି ୱିକେଟ୍ ନେବାରେ ସମର୍ଥ ହୋଇନାହାନ୍ତି ଘରୋଇ ଦଳର ବୋଲରମାନେ। ଅଧିନାୟକ ଆଜିଙ୍କ୍ୟ ରାହାଣେ ୫ ଜଣ ବୋଲରଙ୍କୁ ଲଗାଇଥିଲେ ବି କେହି ଗୋଟିଏ ବି ୱିକେଟ୍ ନେବାକୁ ସମର୍ଥ ହୋଇନାହାନ୍ତି। ଫଳରେ ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ କୌଣସି ୱିକେଟ୍ ନହରାଇ ୧୨୯ ରନ୍ ସଂଗ୍ରହ କରି ନେଇଛି। ଭାରତୀୟ ଦଳ ଆଜି ୩୫୪ ରନ୍ କରି ଅଲ୍ଆଉଟ୍ ହୋଇଯିବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ନ୍ୟୁଜିଲ୍ୟାଣ୍ଡ ଖେଳାଳି। ଟମ୍ ଲାଥମ୍ ଓ ୱିଲ୍ ୟଙ୍ଗ ଇନିଂସ ଓପନ କରିଥିଲେ। ଦିନ ପ୍ରାୟ ସାଢ଼େ ୧୨ଟାରୁ ସେମାନେ ବ୍ୟାଟିଂ କରିବାକୁ ଆସିଥିଲେ। ଆଉ ଅପରାହ୍ଣ ୪ଟା ୨୬ରେ ଷ୍ଟମ୍ପ ଅପସାରଣ ସୁଦ୍ଧା କ୍ରିଜ୍ରେ ରହିଥିଲେ। ଟମ୍ ଲାଥମ୍ ୫୦ ରନ୍ କରି ନଟ୍ ଆଉଟ୍ ରହିଛନ୍ତି। ସେ ୧୬୫ଟି ବଲ୍ରୁ ୪ଟି ଚୌକା ସହାୟତାରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ୱିଲ୍ ୟଙ୍ଗ ଆହୁରି ଭଲ ଖେଳିଛନ୍ତି। ସେ ୭୫ ରନ୍ କରି ଅପରାଜିତ ଅଛନ୍ତି। ୱିଲ୍ ୟଙ୍ଗ ୧୮୦ଟି ବଲ୍ରୁ ୧୨ଟି ଚୌକା ସହାୟତାରେ ଏହି ରନ୍ ସଂଗ୍ରହ କରିଛନ୍ତି। ଭାରତ ପକ୍ଷରୁ ଈଶାନ୍ତ ଶର୍ମା, ଉମେଶ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ବୋଲିଂ କରିଥିଲେ। କିନ୍ତୁ କେହି ୱିକେଟ୍ ନେବାରେ ସମର୍ଥ ହୋଇ ନଥିଲେ। ଈଶାନ୍ତ ୬ ଓଭର ବୋଲିଂ କରିଥିଲେ। ଏଥିରେ ସେ ମାତ୍ର ୧୦ ରନ୍ ଦେଇଛନ୍ତି। ତାଙ୍କର ୩୨ଟି ବଲ୍ରୁ କୌଣସି ରନ୍ ହୋଇନାହିଁ। ତଥାପି ସେ ୱିକେଟ୍ ନେଇ ପାରି ନଥିଲେ। ଉମେଶ ଯାଦବ ୧୦ ଓଭର ବୋଲିଂ କରି ୨୬ ରନ୍ ଦେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୧୭ ଓଭର ବୋଲିଂ କରି ୩୮ ରନ୍, ରବୀନ୍ଦ୍ର ଜାଡ଼େଜା ୧୪ ଓଭରରୁ ୨୮ ରନ୍ ଓ ଅକ୍ଷର ପଟେଲ ୧୦ ଓଭରରୁ ୨୬ ରନ୍ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରେୟସ ଆୟରଙ୍କ ଶତକ, ଜାଡ଼େଜାଙ୍କ ଅର୍ଦ୍ଧଶତକ ଓ ଅଶ୍ୱିନଙ୍କ ଦ୍ରୁତ ୩୮ ରନ୍ ଫଳରେ ଭାରତୀୟ ଦଳ ୩୪୫ ଭଳି ଏକ ଆଖିଦୃଶିଆ ସ୍କୋର କରିବାକୁ ସମର୍ଥ ହୋଇଥିଲା। କାରଣ ଦଳ ଗତକାଲି ମାତ୍ର ୧୪୫ ରନ୍ରେ ଏହାର ୪ ପ୍ରମୁଖ ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇଥିଲା। ସୂଚନାଯୋଗ୍ୟ, ପଦାର୍ପଣ ଟେଷ୍ଟ ଖେଳୁଥିବା ଆୟର୍ ୧୦୫ ରନ୍ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳ ପକ୍ଷରୁ ଶୁବମନ ଗିଲ୍ ୫୨ ରନ୍ କରିଥିବା ବେଳେ ଅଧିନାୟକ ଆଜିଙ୍କ୍ୟ ରାହାଣେ ୩୫ ରନ୍ କରିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!