Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରିଲା ରୋହିତଙ୍କ ପାଳି:ଏଥର କୋହିଲ ଓ ରାହାଣେଙ୍କ ପାଳି

by ସଞ୍ଜୟ ସ୍ୱାଇଁ
November 22, 2021
in Sports
ସରିଲା ରୋହିତଙ୍କ ପାଳି:ଏଥର କୋହିଲ ଓ ରାହାଣେଙ୍କ ପାଳି
176
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡର କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ଏଥିସହ କ୍ୟାପଟେନ୍ ଓ କୋଚ୍ ଭାବେ ଯଥାକ୍ରମେ ରୋହିତ୍ ଶର୍ମା-ରାହୁଲ୍ ଦ୍ରାବିଡଙ୍କ ଯୋଡ଼ି ଧମାକେଦାର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଟି-୨୦ ସିରିଜ୍ ଜିତିବା ସହ ରୋହିତ ତାଙ୍କ କାମ କରିଦେଲେ। ଏବେ ଅଜିଙ୍କ୍ୟ ରାହାଣେ ଓ ବିରାଟ୍ କୋହଲିଙ୍କ ପାଳି। ଦୁହେଁ ଟେଷ୍ଟ ସିରିଜରେ କ’ଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ରାହାଣେ ଓ କୋହଲିଙ୍କ ଉପରେ ଟେଷ୍ଟ ସିରିଜକୁ କ୍ଲିନ୍ କରିବା ସହ ରାଙ୍କିଙ୍ଗରେ ଶୀର୍ଷକୁ ଉଠିବାର ଗୁରୁଦାୟିତ୍ୱ ରହିବ। କାନପୁରରେ ଖେଳାଯିବାକୁଥିବା ପ୍ରଥମ ଟେଷ୍ଟରେ ରାହାଣେ ନେତୃତ୍ୱ ନେବେ। ସେହିପରି ମୁମ୍ବାଇରେ ହେବାକୁଥିବା ଦ୍ୱିତୀୟ ଟେଷ୍ଟର କମାଣ ବିରାଟ୍ କୋହଲିଙ୍କ ହାତରେ ରହିବ। ଭାରତ ଯଦି ଏହି ଦୁଇଟି ଯାକ ଟେଷ୍ଟ ସିରିଜ୍ ଜିତିବ, ତାହେଲେ ଟିମ୍ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ହୋଇପାରେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ସହ ରୋହିତ୍ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ଯୁଗ ଆରମ୍ଭ ହୋଇଥିଲା। ବିରାଟ୍ କୋହଲି ଓ ରବି ଶାସ୍ତ୍ରୀଙ୍କ ସଫଳ ଯୋଡ଼ି ଭାରତୀୟ କ୍ରିକେଟକୁ ଅନେକ ସଫଳତା ଦେଇଛନ୍ତି। କିନ୍ତୁ କୌଣସି ଆଇସିସି ଟ୍ରଫି ନଜିତିବାର ଅବଶୋଷ ସର୍ବଦା ରହିବ। ଯଦିଓ ରୋହିତ୍ କେବଳ ଟି-୨୦ କ୍ରିକେଟର କ୍ୟାପଟେନ୍ ଅଛନ୍ତି, କିନ୍ତୁ ଏବେବି ଦିନିକିଆ ଓ ଟେଷ୍ଟ ଟିମର ନେତୃତ୍ୱ ଭାର କୋହଲିଙ୍କ ହାତରେ ରହିଛି। ଆଗକୁ କୋହଲି ଦିନିକିଆ ଟିମର ମଙ୍ଗ ଛାଡ଼ିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଯଦି କୋହଲି ଦିନିକିଆ କ୍ୟାପଟେନ୍ ପଦକ ଛାଡ଼ନ୍ତି, ତାହେଲେ ତାଙ୍କୁ ରୋହିତ୍ ରିପ୍ଲେସ୍ କରିବେ। କିନ୍ତୁ ବର୍ତ୍ତମାନ ଏସବୁ ଚର୍ଚ୍ଚା ଭିତରେ ସୀମିତ ରହିଛି। ଟି-୨୦ ଟିମର କ୍ୟାପଟେନ୍ ହେବା ପରେ ରୋହିତ୍ ନିଜକୁ ଉଚିତ୍ ଢଙ୍ଗରେ ପ୍ରମାଣିତ କରିଛନ୍ତି। ଦ୍ରାବିଡଙ୍କ ସହ ତାଙ୍କର ଯୋଡ଼ିକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରାଯାଉଛି। ଭାରତୀୟ ଟି-୨୦ କ୍ରିକେଟ୍ ଟିମର ପୂର୍ଣ୍ଣକାଳୀନ କ୍ୟାପଟେନ୍ ହେବା ପରେ ରୋହିତଙ୍କ ଉପରେ ସମସ୍ତଙ୍କ ଆଶା ବଢ଼ିଯାଇଥିଲା। ସେହିପରି ଶାସ୍ତ୍ରୀଙ୍କ ସ୍ଥାନରେ ନିଯୁକ୍ତ ହୋଇଥିବା ରାହୁଲ୍ ଦ୍ରାବିଡଙ୍କ ଉପରେ ଦିନକୁ ଦିନ ଭରସା ବଢ଼ିବାରେ ଲାଗିଛି। ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳରେ ଏକ ନୂଆ ଭିଜନ୍ ଦେଖିବାକୁ ମିଳିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଉଭୟ ଦ୍ରାବିଡ୍ ଓ ରୋହିତ୍ ଯେଉଁଭଳି ଭାବେ ନୂଆ ପ୍ରତିଭାକୁ ସୁଯୋଗ ଦେଲେ, ତାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏବେ କୋଚ୍ ଭାବେ ଦ୍ରାବିଡଙ୍କ ପାଇଁ ସବୁଠାରୁ ବଡ଼ ଟାସ୍କ ଆସୁଛି। ଆଉ ତାହା ହେଉଛି ଟେଷ୍ଟ ସିରିଜ୍। ଟେଷ୍ଟ କ୍ରିକେଟର ଗୁରୁତ୍ୱକୁ ଦ୍ରାବିଡଙ୍କ ଠାରୁ ଭଲଭାବେ ଆଉ କେହି ଜାଣିନଥିବେ। ତେଣୁ ଟେଷ୍ଟ ସିରିଜରେ ଦ୍ରାବିଡଙ୍କ ଅଭିଜ୍ଞତା ଭାରତ ପାଇଁ ନିଶ୍ଚିତ ଫାଇଦାଯୋଗ୍ୟ ହେବ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହେବ। ଭାରତ ବର୍ତ୍ତମାନ ୧୧୯ ପଏଣ୍ଟ ସହ ଟେଷ୍ଟ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କେନ୍ ୱିଲିୟମସନଙ୍କ ନେତୃତ୍ୱାଧୀନ କିୱି ଟିମ୍ ୧୨୬ ପଏଣ୍ଟ ସହ ଶୀର୍ଷରେ ରହିଛି। ଭାରତ ଯଦି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜିତେ, ତାହେଲେ ରାଙ୍କିଙ୍ଗରେ ଟିମର ସୁଧାର ଆସିବ। ଯଦି ଭାରତ ଦୁଇଟି ଯାକ ଟେଷ୍ଟ ଜିତିଯାଏ, ତାହେଲେ ସେମାନେ ପୁଣିଥରେ ଏକ ନମ୍ବର ସ୍ଥାନକୁ ଫେରିପାରନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ରାହାଣେ, ଚେତେଶ୍ୱର ପୂଜାରା, ଈଶାନ୍ତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଏବଂ ଆଉ କିଛି ଖେଳାଳି ଗତ ୭ ଦିନ ଧରି ମୁମ୍ବାଇରେ ଚାଲିଥିବା କ୍ୟମ୍ପରେ କଠିନ ପରିଶ୍ରମ କରୁଥିଲେ। ହେଲେ ଏବେ ପୂରା ଭାରତୀୟ ଟିମ୍ କାନପୁରରେ ପହଞ୍ଚିସାରିଛନ୍ତି। ରୋହିତ୍ ଶର୍ମାଙ୍କୁ ଟେଷ୍ଟ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। ଆଗକୁ ଦକ୍ଷିଣ ଆଫ୍ରିକା ଗସ୍ତ ଥିବାରୁ ରୋହିତଙ୍କ ପାଇଁ ଏହି ବ୍ରେକ୍ ନିଶ୍ଚିତ ଫଳପ୍ରଦ ହେବ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!