ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା) : ପୂର୍ବ ୩ ବର୍ଷ ମଧ୍ୟରେ ଭାରତରୁ ବୈଧ ଭିସା ନେଇ ଅଳ୍ପଦିନ ପାଇଁ ପାକିସ୍ତାନ ଯାଇଥିବା କଶ୍ମୀରର ୧୦୦ ଯୁବକଙ୍କର ପତ୍ତା ମିଳିପାରୁ ନାହିଁ । ଏହାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କତା ଅବଲମ୍ବନ କରିଛି । ସୁରକ୍ଷା ଏଜେନ୍ସି ଆଶଙ୍କା କରିଛି କି ଏହି ଯୁବକମାନେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହିତ ସାମିଲ ହୋଇଯାଇଛନ୍ତି ଅଥବା ଆତଙ୍କବାଦୀ ସମୁହ ପାଇଁ ସ୍ଲିପର ସେଲ ପାଲଟି ଯାଇଛନ୍ତି ।ସୁରକ୍ଷା ବିଭାଗର ବିଭିନ୍ନ ଅଧିକାରୀମାନେ କହିଛନ୍ତି କି ଉତ୍ତର କଶ୍ମୀରର ହନ୍ଦୱାଡା ନିକଟ ଜଙ୍ଗଲରେ ଗତବର୍ଷ ଏପ୍ରିଲ ମାସରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବିଭାଗ ସଜାଗ ହୋଇଥିଲା । କାରଣ ମରିଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ନାଗରିକ ବୋଲି ପରିଚୟ ମିଳିଥିଲା, ଯେ କି ୨୦୧୮ ମସିହାରେ ଭିସା ନେଇ ପାକିସ୍ତାନ ଯାଇଥିଲା । ଏନେଇ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବିଗତ ୩ ବର୍ଷରୁ ଅଧିକ ସମୟ ହେବ କଶ୍ମୀରରୁ ୭ ଦିନିଆ ଭିସା ନେଇ ପାକିସ୍ତାନ ଯାଇଥିବା ଯୁବକମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସୁରକ୍ଷା ବିଭାଗ ଆହୁରି କହିଛି କି କିଛିବର୍ଷ ପୂର୍ବରୁ ଭିସା ନେଇ କଶ୍ମୀରରୁ ପାକିସ୍ତାନ ଯାଇ ପୁଣି କଶ୍ମୀର ଫେରିଥିବା କିଛି ଯୁବକଙ୍କୁ ସୁରକ୍ଷା ଅଧିକାରୀମାନେ ଜେରା କରୁଛନ୍ତି । ଏହା ସହ ସେମାନଙ୍କ ଗତିବିଧି ଉପରେ ପୁରା ନଜର ରଖିଛି ସୁରକ୍ଷା ବିଭାଗ ।





