Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଏମ୍‌ସି ଅଫିସ ସମ୍ମୁଖରେ ଗର୍ଜିଲେ ଟେଣ୍ଟ ହାଉସ୍‌ କର୍ମକର୍ତ୍ତା, କରୋନା କ’ଣ କେବଳ ବାହାଘରରେ ଯୋଗ ଦେଲେ ଓ ଭୋଜି ଖାଇଲେ ହେଉଛି

by ସଞ୍ଜୟ ସ୍ୱାଇଁ
October 5, 2021
in Crime, State
ବିଏମ୍‌ସି ଅଫିସ ସମ୍ମୁଖରେ ଗର୍ଜିଲେ ଟେଣ୍ଟ ହାଉସ୍‌ କର୍ମକର୍ତ୍ତା, କରୋନା କ’ଣ କେବଳ ବାହାଘରରେ ଯୋଗ ଦେଲେ ଓ ଭୋଜି ଖାଇଲେ ହେଉଛି
76
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): “ବିବାହ, ବ୍ରତ ଆଦି ସାମାଜିକ କାର୍ୟ୍ୟକ୍ରମରେ ୨୫୦ ଲୋକ ଯୋଗଦାନ କରିପାରିବେ ବୋଲି ଏସ୍‌ଆରସି ଦେଇଥିବା ନିୟମକୁ ବେଖାତିର କଲେ ବିଏମ୍‌ସି କମିଶନର । ଏପରିକି ରାତାରାତି ୨୫୦ ଲୋକଙ୍କ ପାଇଁ ମିଳିଥିବା ଅନୁମତିକୁ କମାଇ ୫୦ କରିଦେଲେ। ଆମେ ଆଡଭାନ୍ସ ନେଇସାରିଛୁ। ଏବେ କିପରି ଫେରାଇବୁ। କରୋନା କ’ଣ କେବଳ ବାହାଘରରେ ଯୋଗ ଦେଲେ, ଭୋଜି ଖାଇଲେ ହେଉଛି। ମଲ୍‌, ପବ୍‌, ହୋଟେଲ କୋର୍ଟରେ ହଜାର ହଜାର ଲୋକ ଏକାଠି ହେଉଛନ୍ତି, ସେଠାରେ କିଛି ହେଉନି । ଯଦି ବନ୍ଦ କରିବାକୁ ଚାହୁଁଛନ୍ତି, ସବୁ ବନ୍ଦ କରନ୍ତୁ। ରାଜନୀତି କରି ଆମ ସଂସ୍ଥା କେବଳ ବନ୍ଦ କରନ୍ତୁ ନାହିଁ।” ଆଜି ବିଏମ୍‌ସି ଅଫିସ ସମ୍ମୁଖରେ ଏପରି ଗର୍ଜିଛନ୍ତି ଟେଣ୍ଟ, ଫୁଲ, ଲାଇଟ ଆଣ୍ଡ ସାଉଣ୍ଡ ଏବଂ କ୍ୟାଟରିଂ ସଂଘ । କେବଳ ସେତିକି ନୁହେଁ, ଦୀର୍ଘ ସମୟ ପର୍ୟ୍ୟନ୍ତ ବିକ୍ଷୋଭ ସହ ରାସ୍ତା ଅବରୋଧ କରିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ବିଏମ୍‌ସି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ସହ କମିଶନରଙ୍କ ସହ ବୈଠକ କରାଇଦେବାର ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀ ରାସ୍ତା ଅବରୋଧରୁ ହଟିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଶୀତ ଦିନ ଆସୁଥିବାରୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ବିଏମସି ପକ୍ଷରୁ ଗତକାଲି ନୂଆ ଗାଇଡଲାଇନ ଜାରି କରାଯାଇଛି। ଏଥିରେ ବିବାହ, ବ୍ରତଘର ଓ ଶୁଦ୍ଧିକାର୍ୟ୍ୟ ପାଇଁ ହେଉଥିବା ଭୋଜି ଆୟୋଜନରେ ଲୋକଙ୍କ ସଂଖ୍ୟା ୫୦ ମଧ୍ୟରେ ସୀମିତ ରଖିବାକୁ ନିୟମ କରାଯାଇଛି । କାର୍ୟ୍ୟକ୍ରମ ଆୟୋଜକ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ । କେବଳ ଖାଇବା ସମୟ ଛଡ଼ା ସମସ୍ତ ଲୋକ ସବୁବେଳେ ମାସ୍କ ପିନ୍ଧିବେ । ଗାଇଡଲାଇନ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ରହିବେ ବୋଲି କଡା ନିର୍ଦ୍ଦେଶ ଜାରି କରିଛି ବିଏମସି । ଆଜିଠାରୁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ଏହାକୁ ଜୋରଦାର ବିରୋଧ କରିଛନ୍ତି କ୍ୟାଟରିଂ ସଂଘ କର୍ମକର୍ତ୍ତା। ଏନେଇ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି, ନିୟମ ଯାହା କରୁଛୁ, ସମସ୍ତଙ୍କ ପାଇଁ ସମାନ କର । ରାଜନୀତି କରି ଆମ ସଂସ୍ଥା କେବଳ ବନ୍ଦ କରନ୍ତୁ ନାହିଁ। ଭୁବନେଶ୍ୱରରେ ଟେଣ୍ଡ ଓ କ୍ୟାଟରିଂ, ଫୁଲ, ଲାଇଟ ଉପରେ ୨୦ ଲକ୍ଷ ପରିବାର ନିର୍ଭର କରୁଛନ୍ତି । କିନ୍ତୁ ହଠାତ୍‌ ଗତକାଲି ଯେଉଁ ନିଷ୍ପତ୍ତି ନିଆଗଲା ତାକୁ ଆମେ ଗ୍ରହଣ କରିପାରୁନୁ। ଭୁବନେଶ୍ୱରରେ କରୋନା ସଂକ୍ରମଣ ସେପରି କିଛି ବଢ଼ି ନାହିଁ। ଆମେ ଆଡଭାନ୍ସ ଉଠାଇ ତାହାକୁ ମାର୍କେଟରେ ବିଭିନ୍ନ ଜାଗାରେ ଦେଇ ସାରିଛୁ। ତେଣୁ ନିୟମ ନ ବଦଳାଇଲେ ଆମେ କିପରି ଟଙ୍କା ଫେରସ୍ତ କରିବୁ। ଏନେଇ ଅଲ ଓଡ଼ିଶା କ୍ୟାଟରିଙ୍ଗ ଆସୋସିଏସନ ସଭାପତି ବିନୟ ଭୂଷଣ ପଟ୍ଟନାୟକ କହିଛନ୍ତି, କରୋନା ମାଡ଼ ପରେ ଆମେ ଏବେ ନିଜେ ବଞ୍ଚିବାକୁ ସକ୍ଷମ ହୋଇପାରିନୁ। ରାତାରାତି ନିୟମ ବଦଳାଇ ଦେଲେ ଆମେ କିପରି ଚଳିବୁ। ଆମ କର୍ମଚାରୀଙ୍କୁ କିପରି ଚଳାଇବୁ। ସରକାର ସବୁ ଖୋଲିଛନ୍ତି । ଯା ହେଲେ ବିବାହ ଭୋଜି ଉପରେ ପ୍ରଥମ ଟାର୍ଗେଟ କରୁଛନ୍ତି। ଆମେ ଯେପରି କୋଭିଡ ନିୟମ ମାନୁଛୁ ଆଉ କେହି ମାନୁ ନ ଥିଲେ। ସରକାର ଆମ ଦାବି ମାନି ୨୫୦ ଲୋକଙ୍କ ପାଇଁ ଅନୁମତି ନ ଦେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ଏସଆରସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଏମ୍‌ସି କମିଶନର କ’ଣ ପାଇଁ ଏପରି ପଦକ୍ଷେପ ଗ୍ରହଣ କଲେ। ଆମ ପେଟ, ଜୀବୀକା, ଜୀବନକୁ ଆଖି ଆଗରେ ରଖି ଏପରି ପ୍ରତିବାଦ କରିଛୁ ବୋଲି କହିଛନ୍ତି କର୍ମକର୍ତ୍ତା। ଏଥିସହ କହିଛନ୍ତି, ଯେତେବେଳେ ଆମ ପେଟକୁ ବାଧିଲା, ଆମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇଥିଲୁ। ସେତେବେଳେ ଏସଆରସି ସାନ୍ତ୍ୱନାମୂଳକ ଭାବେ ୨୫୦ ଲୋକଙ୍କ ପାଇଁ ପରମିଶନ ଦେଲେ। ଆମେ ଲୋକଙ୍କଠାରୁ ଆଡଭାନ୍ସ ନେଲୁ, ତାକୁ ପୁଣି ଲୋକଙ୍କୁ ଆଡଭାନ୍ସ ଦେଇଦେଲୁ। ଏବେ ନିୟମ ପରିବର୍ତ୍ତନ ନ କଲେ ଆମେ ଭାସିଯିବୁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!