Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରମିକ ଯୋଗୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ

by ସଞ୍ଜୟ ସ୍ୱାଇଁ
May 12, 2025
in Nayagarh, State
ଶ୍ରମିକ ଯୋଗୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ
143
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଟାଙ୍ଗର ପାହାଡ଼କୁ ସବୁଜିମାରେ ଭରି ଦେବା ସହିତ ପରିବେଶ ସୁରକ୍ଷା ଦିଗରେ ଆଗେଇ ନେବାରେ ଯେଉଁ କେତେଜଣ ସମର୍ପିତ ପରିବେଶ ଯୋଦ୍ଧା ନିଜକୁ ଭୁଲି ଦିନ ରାତି ଏକ କରି ଲାଗି ପଡ଼ିଥିଲେ ସେମାନଙ୍କ ମଧ୍ୟରୁ ଶ୍ରମିକ ଯୋଗୀ ଅନ୍ୟତମ । ଆଜି ତାଙ୍କର ଦଶମ ଶ୍ରାଦ୍ଧ ବାର୍ଷିକ ନୟାଗଡ଼ ଜଙ୍ଗଲ ସୁରକ୍ଷା ମହା ସଂଘ, ବୃକ୍ଷ ଓ ଜୀବର ବନ୍ଧୁ ପରିଷଦ, ଅରୋମୀରା ଟ୍ରଷ୍ଟ, ଏବଂ ଭାରତ ବିକାଶ ପରିଷଦ ମିଳିତ ସହଯୋଗରେ ଜିଲ୍ଲାର ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ ପାଳିତ ହୋଇଯାଇଛି । ମହାସଂଘ ସଭାପତି ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ମୁଖ୍ୟବକ୍ତା ରୂପେ ଭଗବାନ ସାହୁ, ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ବନ ଅଧିକାରୀ ସୁରେଶ ଚନ୍ଦ୍ର ହୋତା, ଜିଲ୍ଲା ଓମ୍ ଶାନ୍ତି ପରିବାର ମୁଖ୍ୟ ସଞ୍ଚାଳିକା ଭଉଣୀ ମିନି, ନିସ୍ବାର୍ଥ ପରିଚାଳକ ଅରୁଣ ମହାନ୍ତି, ବରିଷ୍ଠ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ସୋହମ ସମ୍ପାଦକ କାମାକ୍ଷା ପ୍ରସାଦ ଦାସ, ଲିଙ୍ଗରାଜ ସ୍ୱାଇଁ ପ୍ରମୁଖ ଯୋଗ ଦାନ କରିଥିବା ବେଳେ ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ । ଶ୍ରମିକ ଯୋଗୀଙ୍କ ଉଦ୍ଦେଶ୍ୟରେ ମାଟିର ସ୍ଵର ତରଫରୁ ପ୍ରକାଶିତ ହେବାକୁ ଥିବା ସ୍ମରଣିକା ସକାଶେ ସଂଗ୍ରହ ପାଇଁ ଆଲୋଚନା ହୋଇଥିଲା । ସମସ୍ତଙ୍କ ସହଯୋଗରେ କାର‌୍ୟ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ବେଳେ ଜଙ୍ଗଲ ସୁରକ୍ଷା ମହାସଂଘ ସଂପାଦକ କିଶୋର ଚନ୍ଦ୍ର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!