Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆ ଫିଚର ଜରିଆରେ ଆସିଲା ଟେଲିଗ୍ରାମ ଆପ୍

by ସଞ୍ଜୟ ସ୍ୱାଇଁ
July 2, 2021
in State
ନୂଆ ଫିଚର ଜରିଆରେ ଆସିଲା ଟେଲିଗ୍ରାମ ଆପ୍
143
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ତତ୍‌କ୍ଷଣାତ୍‌ ମେସେଜ ପଠାଇବାରେ ଏବେ ହ୍ୱାଟସଆପ୍‌ ସାରା ବିଶ୍ୱରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହାକୁ ଟକ୍କର ଦେବା ପାଇଁ ଅନେକ କମ୍ପାନୀ ରହିଛି। ସେଥିମଧ୍ୟରୁ ଟେଲିଗ୍ରାମ ଅନ୍ୟତମ। ହ୍ୱାଟସଆପ୍‌ ଅପେକ୍ଷା ଟେଲିଗ୍ରାମରେ ଅଧିକ ଫିଚର ମିଳୁଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଉଛି। ହେଲେ ଏମିତି କିଛି ଫିଚର ହ୍ୱାଟସଆପରେ ରହିଛି, ଯାହାକି ଟେଲିଗ୍ରାମରେ ନଥିଲା। ତେଣୁ ହ୍ୱାଟସଆପ ଟେଲିଗ୍ରାମ ଅପେକ୍ଷା ଅଧିକ ଆଦୃତ ହେଉଥିଲା। ଏବେ କିନ୍ତୁ ହ୍ୱାଟସଆପର ସେହି ଫିଚରକୁ ଟେଲିଗ୍ରାମ ନିଜର ଫିଚରରେ ସାମିଲ କରିଛି। ଏହି ନୂଆ ଫିଚର ହେଉଛି ଗ୍ରୁପ ତିଆରି କରିବା। ହ୍ୱାଟସଆପରେ ଗ୍ରୁପ ତିଆରି କରାଯାଇ ଚାଟ୍‌ କରି ହେଉଥିଲା। ଏହି ଫିଚର କିନ୍ତୁ ଟେଲିଗ୍ରାମରେ ନଥିଲା। ଟେଲିଗ୍ରାମର ଏହି ନୂଆ ଫିଚରରେ ଗ୍ରୁପ୍ ଭିଡିଓ କଲ୍ ମଧ୍ୟ କରିହେବ। ଏହା ଟେଲିଗ୍ରାମର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜରଙ୍କ ପାଇଁ ଉପଲବ୍ଧ ହେବ। ଏବେ ଏଥିରେ ଗ୍ରୁପ ଭଏସ୍ ଚାଟ୍ ଭିଡିଓ କଲରେ ରୂପାନ୍ତର କରିହେବ। ଟେଲିଗ୍ରାମ ୟୁଜରମାନେ ଏବେ ସ୍କ୍ରିନ୍ ଶେଆର ଫିଚର ବ୍ୟବହାର କରି ସ୍କ୍ରିନ୍ ଶେୟାର କରିବାକୁ ସମର୍ଥ ହେବେ। ଏବେ ଗ୍ରୁପ୍ କଲିଂ ପାଇଁ ସଦସ୍ୟଙ୍କ ସଂଖ୍ୟା ୩୦ ରହିଛି, କିନ୍ତୁ ପରେ ଏହାକୁ ବୃଦ୍ଧି କରାଯାଇପାରିବ। ଟେଲିଗ୍ରାମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନୂଆ ଫିଚରରେ ୟୁଜର ମାନେ ଯେକୌଣସି ବର୍ଗର ଲୋକଙ୍କ ସହିତ ଭଏସ୍ ଚାଟ, ଗ୍ରୁପ୍ ଭିଡିଓ କଲରେ ରୂପାନ୍ତର କରିବାରେ ସକ୍ଷମ ହେବେ। ଏହି ବୈଶିଷ୍ଟ୍ୟ ପାଇଁ, ୟୁଜରଙ୍କୁ ଡିଜିକମ୍ ଆଇକନ୍ ବ୍ୟବହାର କରିବାକୁ ହେବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!